ବାରିପଦା: ମୟୂରଭଞ୍ଜ ମାଟିର ଗର୍ବ ତଥା ରାଷ୍ଟ୍ରପତିଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧି ପୁରସ୍କାର ପ୍ରାପ୍ତ ଡ.ଦମୟନ୍ତୀ ବେଶ୍ରାଙ୍କୁ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଡ.ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ସାନ୍ତାଳୀ ଭାଷାରେ ଗବେଷଣା କରି ସାନ୍ତାଳୀ ସାହିତ୍ୟର କବି, ଲେଖିକା ତଥା ଗବେଷିକା ଭାବେ ସୁନାମ ଅର୍ଜନ କରିଥିବା ବେଳେ ଓଡିଆ ଭାଷାରେ ପାରଦର୍ଶିତା ରହିଛି ଡଃ. ଦମୟନ୍ତୀ ବେଶ୍ରାଙ୍କର । ନୂଆଦିଲ୍ଲୀ ଠାରେ ଡଃ. ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ଉପାଧି ଦେବାପରେ ଶୁକ୍ରବାର ନିଜ ଜନ୍ମ ମାଟି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି ସେ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି, ଭାରତ