ETV Bharat / city

ପୌର ଫାଇଟ: ବାରିପଦା ପୌରାଞ୍ଚଳରେ ଭୋଟର ଲିଷ୍ଟ ତ୍ରୁଟି, ସଂଶୋଧନ ପାଇଁ ବିକ୍ଷୋଭ

author img

By

Published : Mar 4, 2022, 10:27 PM IST

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଜାରି ରହିଛି । ତେବେ ବାରିପଦା ସହରରେ ଭୋଟର ଲିଷ୍ଟରେ ତ୍ରୁଟି ଅଭିଯୋଗରେ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପୌର ଫାଇଟ: ବାରିପଦା ପୌରାଞ୍ଚଳରେ ଭୋଟର ଲିଷ୍ଟ ତ୍ରୁଟି, ସଂଶୋଧନ ପାଇଁ ଭଞ୍ଜସେନାର ବିକ୍ଷୋଭ

ବାରିପଦା: ପୌର ନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲ ଜାରି ରହିଛି । ଏହାପୂର୍ବରୁ ଭୋଟର୍ ତାଲିକାକୁ ନେଇ ବିରୋଧ ପ୍ରଦର୍ଶନ ଦେଖା ଦେଇଛି । ସାମାଜିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଆଜି(ଶୁକ୍ରବାର) ବାରିପଦା ମ୍ୟୁନିସିପାଲଟି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ କରାଯାଇଥିଲା । ତ୍ରୁଟି ସଂଶୋଧନ ଦାବିରେ ଭଞ୍ଜସେନା ପକ୍ଷରୁ ପୌର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବାରିପଦା ସହରସ୍ଥିତ ଅନେକ ଭୋଟରଙ୍କୁ ନଜଣାଇ ତାଙ୍କ ନାମ ଗୋଟିଏ ୱାର୍ଡରୁ କାଟି ଆଉ ଗୋଟିଏ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ଜାଣିଶୁଣି ବାରିପଦା ପୌରପାଳିକା ଅଧିକାରୀ ଚଞ୍ଚକତା କରି ଭୋଟର ତାଲିକା ପ୍ରସ୍ତୁତ କରିଛନ୍ତି । ସେ ବେଆଇନ କାର୍ଯ୍ଯ କରିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଭଞ୍ଜସେନା ପକ୍ଷରୁ ବାରିପଦା ପୌର ନିର୍ବାଚନ ଅଧିକାରୀଙ୍କୁ ଜଣା ଯାଇଛି । ସେପଟେ ଜିଲ୍ଲାପାଳଙ୍କ ସହ ଏହାକୁ ନେଇ ଆଲୋଚନା ପରେ ଓଡ଼ିଶା ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି କହିଛନ୍ତି ବାରିପଦା ପୌରପାଳିକା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.