ETV Bharat / city

ମୟୂରଭଞ୍ଜ ସୁନ୍ଦରଗଡ ସହ ଯାଜପୁର ମେଡିକାଲ ପରିଦର୍ଶନ କଲେ ଟିମ ‘5ଟି’ - 5T Secretary and team visit

ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକାରୀ ହେଉଛି 5ଟି । କେମିତି ଚାଲିଛି ଶାସନରେ 5ଟି ଯାଞ୍ଚ କରୁଛନ୍ତି 5ଟି ସଚିବଙ୍କ ସହ ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Oct 14, 2019, 12:23 AM IST

ମୟୁରଭଞ୍ଜ/ଯାଜପୁର: ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହୋଇଥିବା ‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କୌଣସି ସୁଯୋଗ ଛାଡୁନାହାଁନ୍ତି । ‘ମୋ ସରକାର’ ଯୋଜନା ମାଧ୍ୟମରେ 5ଟି କେମିତି ପ୍ରଶାସନରେ କାର୍ଯ୍ୟକାରୀ ହେଉଛି ଓ କଣ ସମସ୍ୟା ରହୁଛି ତାହା ଜାଣିବାକୁ ଖୋଦ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବେ ଜିଲ୍ଲାୱାରୀ ଗସ୍ତ କରୁଛନ୍ତି । ଏହି କ୍ରମରେ ଆଜି 5ଟି ଟିମ ମୟୂରଭଞ୍ଜ, ଯାଜପୁର ଓ ସୁନ୍ଦରଗଡ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ସଂପୃକ୍ତ ଜିଲ୍ଲାର ହସ୍ପିଟାଲକୁ ଯାଇ ବାସ୍ତବତା ଅନୁଧ୍ୟାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଏନେଇ ରବିବାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆସିଛନ୍ତି ପାଣ୍ଡିୟାନଓ ଟିମ । ଡାକ୍ତରଖାନାରେ ରୋଗୀଙ୍କୁ କିଭଳି ସେବା ମିଳୁଛି କ'ଣ ସମସ୍ୟା ରହିଛି ତାହା ସିଧାସଳଖ ଲୋକଙ୍କ ପାଖରୁ ପଚାରି ବୁଝିଛନ୍ତି । ପାଣ୍ଡିୟାନଙ୍କ ଗସ୍ତ ପୂର୍ବରୁ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥାରେ ପଡିଥିବା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ କର୍ତ୍ତୃପକ୍ଷ ରାତିଦିନ ଏକ କରି ହସ୍ପିଟାଲର ରୂପରେଖ ବଦଳାଇ ଦେଇଛନ୍ତି । ଏହି ଗସ୍ତ ସମୟରେ 5ଟି ସଚିବଙ୍କ ସମେତ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଜାତୀୟ ସ୍ବାସ୍ଥ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ ।

ଅନ୍ୟପଟେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି 5ଟି ଟିମର ଅନ୍ୟ ଏକ ଟିମ୍‌ । ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପୁନମ ଗୁହା, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ ମହାନ୍ତି, ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର ସାମିଲ ଥିଲେ । ଉକ୍ତ ଟିମ୍‌ ହସ୍ପିଟାଲକୁ ଆସି ଭିତ୍ତିଭୂମି ଯାଞ୍ଚ କରିବା ସହ ରୋଗୀଙ୍କୁ କିଭଳି ସ୍ବାସ୍ଥ୍ୟସେବା ମିଳୁଛି ରୋଗୀ ଓ ସଂପର୍କୀୟଙ୍କ ଠାରୁ ପଚାରି ବୁଝିଥିଲେ । ହସ୍ପିଟାଲ ପରିସରରେ ନୂତନ ଏକ୍ସରେ ମେସିନ, ନୂତନ ଆଇସିୟୁ ଖୋଲିବା ସହିତ ଔଷଧ ବିକ୍ରୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଡିଏମଏପଂ ପାଣ୍ଠିରୁ ଆବଶ୍ୟକ ଅର୍ଥ ନେଇ ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟିମ୍‌ର ଗସ୍ତ ସମୟରେ ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଏସପି ଚରଣ ସିଂ ମିନା ଏବଂ ସିଡିଏମ ଓ ଅରୁଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତିଙ୍କ ସହ ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ବୁଲି ଦେଖିଲେ ପାଣ୍ଡିଆନ୍ । ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ବୁଲିବା ସହ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ । ତେବେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ନିର୍ଦ୍ଦେଶକ ସାଲିନି ପଣ୍ଡିତ ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।ଅନ୍ୟପଟେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥାରେ ପଡିଥିବା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ସତେ ଯେମିତି ସ୍ୱଚ୍ଛତା ର ପରିଚୟ ଦେଉଛି । ଫାଇବ ଟି ସଚିବଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାତି ଦିନ ଏକ କରି ହସ୍ପିଟାଲର ରୂପ ରେଖ ବଦଳାଇଛନ୍ତି। ତେବେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରୁଛନ୍ତି ପଣ୍ଡିଆନ ।ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି ।  ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି  । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ । 5ଟି ସଚିବ ପଣ୍ଡିଆନ ଙ୍କ ସହ ମୟୁରଭଞ୍ଜ ଜିଲ୍ଲାପାଳ ଏବଂ ମୟୁରଭଞ୍ଜ ଏସ ପି ଥିଲେ।
ବାଇଟ-1-ଭିନିତ ଭରଦ୍ୱାଜ-ଜିଲ୍ଲାପାଳ -ମୟୁରଭଂଜ
ବାଇଟ-2-ପ୍ରଦୀପ କୁମାର ମହାପାତ୍ର-ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ-ମୟୁରଭଞ୍ଜConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.