ETV Bharat / city

ସୁକୀର୍ତ୍ତିଙ୍କ ସୂକ୍ଷ୍ମ ଚିତ୍ରକଳାରେ ନିର୍ଜୀବ ହେଉଛି ରଙ୍ଗୀନ, ଦେଖଣାହାରୀଙ୍କ ମୋହୁଛି ମନ - artist sukirti kar

ଅନେକ ନିର୍ଜୀବ ବସ୍ତୁ ତାଙ୍କ ହାତର କଳାକୃତିରେ ପାଉଛନ୍ତି ଜୀବନଦାନ । ନଟୁ, ବଲବ, ମାଉସ, ପତ୍ର ସବୁ ଯେମିତି ରଙ୍ଗେଇ ହେଉଛନ୍ତି ଭିନ୍ନ ଏକ ରଙ୍ଗରେ । ଅଦରକାରୀ ବସ୍ତୁରେ ଝଟକୁଛି ତାଙ୍କ ଚିତ୍ରକଳାର ପାରିଦର୍ଶିତା । ଏମିତି ଅନେକ ପ୍ରତିଭାର ଅଧିକାରୀ ହେଉଛନ୍ତି ବାଲେଶ୍ଵର ସହର ବାରବାଟି ଅଞ୍ଚଳର ସୁକୀର୍ତ୍ତି କର ।

ମନ ମୋହୁଛି ସୁକୀର୍ତ୍ତିଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ

author img

By

Published : Oct 1, 2021, 7:28 PM IST

ବାଲେଶ୍ବର: ଅନେକ ନିର୍ଜୀବ ବସ୍ତୁ ତାଙ୍କ ହାତର କଳାକୃତିରେ ପାଉଛନ୍ତି ଜୀବନଦାନ । ନଟୁ, ବଲବ, ମାଉସ, ପତ୍ର ସବୁ ଯେମିତି ରଙ୍ଗେଇ ହେଉଛନ୍ତି ଭିନ୍ନ ଏକ ରଙ୍ଗରେ । ଅଦରକାରୀ ବସ୍ତୁରେ ଝଟକୁଛି ତାଙ୍କ ଚିତ୍ରକଳାର ପାରିଦର୍ଶିତା । ଅଦରକାରୀ ଜିନିଷ ଏଠିସେଠି ନ ଫିଙ୍ଗି ସେସବୁକୁ ପୁଣିଥରେ ସତେ ଯେମିତି ସେ ଦେଉଛନ୍ତି ନୂଆ ଜୀବନ । ଖାଲି ସେତିକି ନୁହେଁ ଓଡିଶୀ ନୃତ୍ୟରେ ସେ ମଧ୍ୟ ବେଶ ପାରଙ୍ଗମ । ଏମିତି ଅନେକ ପ୍ରତିଭାର ଅଧିକାରୀ ହେଉଛନ୍ତି ବାଲେଶ୍ଵର ସହର ବାରବାଟି ଅଞ୍ଚଳର ସୁକୀର୍ତ୍ତି କର ।

ସୁକୀର୍ତ୍ତିଙ୍କ ସୂକ୍ଷ୍ମ ଚିତ୍ରକଳାରେ ନିର୍ଜୀବ ହେଉଛି ରଙ୍ଗୀନ, ଦେଖଣାହାରୀଙ୍କ ମୋହୁଛି ମନ
ବୃତ୍ତିରେ ସୁକୀର୍ତ୍ତି ଜଣେ ଅଧ୍ୟାପିକା । ସେ ଏବେ ଫକୀରମୋହନ କଲେଜରେ ଇଣ୍ଟିଗ୍ରେଟ ବିଇଡ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । ପେଶା ସିନା ଶିକ୍ଷାଦାନ ହେଲେ ନିଶା ତାଙ୍କର ନିର୍ଜୀବ ଦେହରେ ରଙ୍ଗ ଭରିବା । ପିଲାବେଳୁ ସୁକୀର୍ତ୍ତିଙ୍କର ଚିତ୍ରକଳା ପ୍ରତି ରହିଥିଲା ଅହେତୁକ ଦୁର୍ବଳତା । ତାଙ୍କୁ ଯେତେବେଳେ ମାତ୍ର ୪ ବର୍ଷ ହୋଇଥିଲା ସେବେଠାରୁ ସେ ପେନସିଲ୍ କିମ୍ବା ତୁଳିରେ ରଙ୍ଗ ବୋଳି ଦେଉଥିଲେ । ପଞ୍ଚମ ଶ୍ରେଣୀରେ ଶଶିକାନ୍ତ ଗିରିଙ୍କ ଠାରୁ ଚିତ୍ରକଳା ଶିଖିଥିଲେ । ଏହାପରେ ସେ ପ୍ରତାପ ସିଂଙ୍କ ଠାରୁ ଶିଖିଥିଲେ ।

ମାତ୍ର ଏହାପରେ ସେ ଆଉ କୌଣସି ଗୁରୁଙ୍କ ପାଖକୁ ନଯାଇ ମଧ୍ୟ କାନଭାସକୁ ରଙ୍ଗରେ ଭରି ଜୀବନ୍ତ କରି ଆସୁଛନ୍ତି । ସବୁଠୁ ବଡ଼ କଥା ହେଲା ଯେ, ସୁକୀର୍ତ୍ତି ଅତ୍ୟନ୍ତ ସୂକ୍ଷ୍ମ ଚିତ୍ରକଳାରେ ବେଶ ନିପୁଣା। ଯେମିତିକି ଆଇସକ୍ରିମ କାଠିରେ ଜଗନ୍ନାଥ, କାଚ ବୋତଲରେ ଶିବ ଆଙ୍କି ବେଶ ଆକର୍ଷଣୀୟ କରିଛନ୍ତି । ଆଉ ଏହି ଚିତ୍ରକଳା ପାଇଁ ସେ ପାଇଛନ୍ତି କେନ୍ଦ୍ରୀୟ ସ୍କଲାରଶିପ ।

ଏହାସହିତ ସୁକୀର୍ତ୍ତି ଜଣେ ଜଣାଶୁଣା ଓଡିଶୀ ନୃତ୍ୟଶିଳ୍ପୀ । ତାଙ୍କର ଭାବଭଙ୍ଗୀରେ ଦର୍ଶକମାନେ ବେଶ ଆକୃଷ୍ଟ ହୋଇଥାନ୍ତି । ତାଙ୍କର ସ୍ବପ୍ନ ଓ ସୃଜନକୁ ଏକାକାର କରି ସେ ନିଜର ବୃତ୍ତି ବ୍ୟତିରେକ ଚିତ୍ରକଳାକୁ ଅବସର ବିନୋଦନର ଏକ ମାଧ୍ୟମ ଭାବରେ ବଜାୟ ରଖିଛନ୍ତି । ପିଲାବେଳୁ ଶିଖିଥିବା ଚିତ୍ର ପାଇଁ ସୁକୀର୍ତ୍ତି ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀଣି ମଧ୍ୟ । ଶ୍ରେଷ୍ଠ ଶିଶୁ ପ୍ରତିଭା ସମ୍ମାନ, ଓଡ଼ିଶା ଲଳିତକଳା ଏକାଡେମୀ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟପାଳ ପୁରସ୍କାର, ଜିଲ୍ଲାସ୍ତରୀୟ ଅନେକ ପୁରସ୍କାର ସେ ହାସଲ କରିଛନ୍ତି । ଏଥି ସହିତ ନୃତ୍ୟ ପାଇଁ ମଧ୍ୟ ଅନେକ ପୁରସ୍କାର ହାସଲ କରିଛନ୍ତି । ଖାଲି ସେତିକି ନୁହେଁ ସୁକୀର୍ତ୍ତି କଲେଜରେ କ୍ୟାରମ ଚମ୍ପିଆନ ହେବା ସହ କବିତା ଆବୃତ୍ତିରେ ମଧ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସୁକୀର୍ତ୍ତି ପତ୍ରରେ ଆଙ୍କୁଥିବା ଚିତ୍ର ଅତ୍ୟନ୍ତ ସୂକ୍ଷ୍ମକଳା ହୋଇଥିବା ବେଳେ ଏହା ବେଶ ଆକର୍ଷଣୀୟ ଦୃଶ୍ୟମାନ ହୋଇଥାଏ । ତେବେ ଏମିତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ସୁକୀର୍ତ୍ତି ଆଗାମୀ ଦିନରେ ନିଜର ନିଶା ଓ ପେଶାକୁ ସନ୍ତୁଳନ କରି ଚାଲିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.