ETV Bharat / city

ସହିପାରିଲାନି ପ୍ରେମିକାର ଧୋକା: ପ୍ରେମ ପାଇଁ ଜୀବନ ହାରିଲା ପ୍ରେମିକ ! - ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ

ପ୍ରେମିକାର ଧୋକା ସହିନପାରି ବିଷ ଖାଇ କଲେ ଆତ୍ମହତ୍ୟା କଲା ପ୍ରେମିକ ! ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରେ ଘଟଣା । ଅଧିକ ପଢନ୍ତୁ

ସହିପାରିଲାନି ପ୍ରେମିକାର ଧୋକା:ପ୍ରେମ ପାଇଁ ଜୀବନ ହାରିଲା ପ୍ରେମିକ !

author img

By

Published : Jul 11, 2022, 5:15 PM IST

ବାଲେଶ୍ବର: ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ପ୍ରେମିକାର ଧୋକା ସହିନପାରି ବିଷ ଖାଇ କଲେ ଆତ୍ମହତ୍ୟା ! ଆତ୍ମହତ୍ୟା ପୂର୍ବରୁ ଛାଡିଯାଇଛନ୍ତି ସୁଇସାଇଡ୍ ନୋଟ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ,ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳର ଆଙ୍କ ଗାଁର ଯୁବକ ଜୟନ୍ତ ବେହେରା । ସେହି ଅଞ୍ଚଳର ଜୈନିକ ଯୁବତୀଙ୍କୁ ଦୀର୍ଘ 7 ବର୍ଷ ଧରି ପ୍ରେମ କରୁଥିଲେ। ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବା ବେଳେ ଗତ କିଛି ଦିନ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ସମ୍ପର୍କ ନେଇ ତିକ୍ତତା ଦେଖା ଦେଇଥିଲା ।

ଏହାପରେ ଘଟଣାର ବୁଝାମଣା ରୁପ୍ସା ଥାନାରେ ହୋଇଥିଲା । ମାତ୍ର ଥାନାରେ ହୋଇଥିବା ବୁଝାମଣାରେ ସନ୍ତୁଷ୍ଟ ନ ଥିଲେ ମୃତ ଯୁବକ ଜଣକ । ଯାହା ତାଙ୍କ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି ମୃତ ଯୁବକ । ଏହାରି ଭିତରେ ଯୁବତୀଙ୍କ ଅନ୍ୟତ୍ର ବିବାହ ହୋଇଥିଲା । ଏହାକୁ ସହ୍ୟ କରି ନପାରି, ମାନସିକ ଭାରସାମ୍ୟ ହରାଇ ଘାସମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବକ ଜଣକ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ଵର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.