ETV Bharat / city

ମମିତା ହତ୍ୟାକାଣ୍ଡ: ଏସ୍‌ପି ଅଫିସ ଆଗରେ ଗର୍ଜିଲା ମହିଳା କଂଗ୍ରେସ - mamita murder case

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ବାଲେଶ୍ବର ଏସପି କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ...

ମମିତା ହତ୍ୟାକାଣ୍ଡ: ଏସ୍‌ପି ଅଫିସ ଆଗରେ ଗର୍ଜିଲା ମହିଳା କଂଗ୍ରେସ

author img

By

Published : Oct 21, 2021, 9:17 PM IST

ବାଲେଶ୍ବର: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ପ୍ରମୁଖ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଏହାର ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି । ଏହି କ୍ରମରେ ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ବାଲେଶ୍ବର ଏସପି କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଛି ।

ମମିତା ହତ୍ୟାକାଣ୍ଡ: ଏସ୍‌ପି ଅଫିସ ଆଗରେ ଗର୍ଜିଲା ମହିଳା କଂଗ୍ରେସ

ଏଥିପାଇଁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ମହିଳା କଂଗ୍ରେସ । ବାଲେଶ୍ଵରରେ ମଧ୍ୟ ଏହି ଘଟଣାକୁ ନିନ୍ଦା କରାଯାଇଛି । ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ପଦରୁ ବହିଷ୍କାର ଦାବି ଜୋର ଧରିବାରେ ଲାଗିଛି । ବାଲେଶ୍ଵର SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘଟଣାରେ ସିବିଆଇ ତଦନ୍ତ ମଧ୍ୟ ଦାବି ହୋଇଛି ।

ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ଧମକ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି । ତେବେ ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସରକୁ ଅଣାଯାଉନାହିଁ ବୋଲି ପ୍ରଶ୍ନ କରିଛି ମହିଳା କଂଗ୍ରେସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.