ETV Bharat / city

ସୃଜନ ସମ୍ମାନ ପାଇଁ ବିଦ୍ୟାସାଗର ଉପାଧ୍ୟାୟ ମନୋନୀତ

author img

By

Published : Apr 29, 2022, 4:53 PM IST

କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଇଷ୍ଟର୍ଣ୍ଣ ଫାଉଣ୍ଡେସନ୍ ଅଫ୍ ଆର୍ଟ ଆଣ୍ଡ କଲଚର ପକ୍ଷରୁ ପ୍ରତିବର୍ଷ ଜାତୀୟ କଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ବିଶିଷ୍ଟ କଳାକାର ବିଦ୍ୟାସାଗର ଉପାଧ୍ୟାୟ ଇଏଫଏସିର ସୃଜନ ସମ୍ନାନ ପୁରସ୍କାର ପାଇଁ ଅନୁଷ୍ଠାନ ଦ୍ୱାରା ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

ସର୍ବ ଭାରତୀୟ ସ୍ତରରେ ସୃଜନ ସମ୍ମାନ ପାଇଁ ବିଦ୍ୟାସାଗର ମନୋନୀତ

ବାଲେଶ୍ବର: କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଇଷ୍ଟର୍ଣ୍ଣ ଫାଉଣ୍ଡେସନ୍ ଅଫ୍ ଆର୍ଟ ଆଣ୍ଡ କଲଚର ପକ୍ଷରୁ ପ୍ରତିବର୍ଷ ଜାତୀୟ କଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଏହାର ଫଳାଫଳ ବିଚାରକ ମଣ୍ଡଳୀ ସଦସ୍ୟ ଘୋଷଣା କରିଥାନ୍ତି । ବିଶିଷ୍ଟ କଳାକାର ବିଦ୍ୟାସାଗର ଉପାଧ୍ୟାୟ ଇଏଫଏସିର ସୃଜନ ସମ୍ନାନ ପୁରସ୍କାର ପାଇଁ ଅନୁଷ୍ଠାନ ଦ୍ୱାରା ମନୋନୀତ ହୋଇଛନ୍ତି ।

ଏହି ପ୍ରତିଯୋଗିତାରେ ସମଗ୍ର ଭାରତରୁ ୨୫୮ କଳାକୃତି ଗ୍ରହଣ କରାଯାଇଥିଲା । ପ୍ରଦର୍ଶନୀ ପାଇଁ ବୃତ୍ତିଗତ ବର୍ଗରୁ ୫୩ ଏବଂ ଛାତ୍ର ବର୍ଗର ୪୭ଟି ଏଣ୍ଟ୍ରି ଚୟନ କରାଯାଇଥିଲା । ଏଥିମଧ୍ୟରୁ ୧୦ ଜଣ ବୃତ୍ତିଗତ କଳାକାର ଏବଂ ୧୨ ଜଣ ଛାତ୍ର କଳାକାରଙ୍କୁ ଇଏଫଏସି ଦ୍ୱାରା ପୁରସ୍କୃତ କରାଯିବ ।

ଏହାବ୍ୟତୀତ ବିଶିଷ୍ଟ କଳାକାର ବିଦ୍ୟାସାଗର ଉପାଧ୍ୟାୟ ଇଏଫଏସିର ସୃଜନ ସମ୍ନାନ ପୁରସ୍କାର ପାଇଁ ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠାନ ଦ୍ୱାରା ମନୋନୀତ ହୋଇଛନ୍ତି ।ବିଦ୍ୟାସାଗର ଉପାଧ୍ୟାୟ ତାଙ୍କ ସୃଷ୍ଟି କଳା ମାଧ୍ୟମରେ ସମାଜକୁ ଏକ ନୂତନ ଦିଗ ଦେଉଛନ୍ତି ଏବଂ ଅନେକ କଳାକାର ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତାଙ୍କର ନିସ୍ୱାର୍ଥପର ଇଚ୍ଛା ପାଇଁ ତାଙ୍କୁ ଏହି ସୃଷ୍ଟି ସମ୍ମାନ ପ୍ରଦାନ କରାଯାଉଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.