ETV Bharat / city

ସାଇକେଲ ରାଲି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାଁନ୍ତି ନେତା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ବର ସଦର ଉପନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସାଇକେଲରେ ପ୍ରଚାର କଲେ । ଅଧିକ ପଢନ୍ତୁ...

ସାଇକେଲ ରାଲି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ସାଇକେଲ ରାଲି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
author img

By

Published : Nov 1, 2020, 5:32 PM IST

ବାଲେଶ୍ଵର: ଆଜି ପ୍ରଚାରର ଶେଷ ଦିନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାଁନ୍ତି ନେତା । ବାଲେଶ୍ବର ସଦର ଉପନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସାଇକେଲରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ସାଇକେଲ ରାଲି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ସଦର ବ୍ଲକ ହଳଦୀପଦା ପଞ୍ଚାୟତର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ସାଇକେଲ ନେଇ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତଙ୍କୁ ବିଜୟୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି । ସାଇକେଲ ଏକ ପ୍ରକାର ବ୍ୟାୟାମ ଓ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ପ୍ରକାଶ ପାଇଁ ଏମିତି ପ୍ରଚାର କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଜି ପ୍ରଚାରର ଶେଷ ଦିନ ହୋଇଥିବାବେଳେ ବିଜେପି,ବିଜେଡି ଓ କଂଗ୍ରେସ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆସନ୍ତା 3 ତାରିଖ ଦିନ ବାଲେଶ୍ବର ସଦରରେ ଭୋଟଦାନ କରାଯିବ । ଏହାପରେ 10 ତାରଖ ଦିନ ଫଳାଫଳ ଘୋଷଣା କରାଯିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.