ବାଲେଶ୍ବର: ବର୍ତ୍ତମାନ କୋରୋନା ମହାମାରୀ ବିଶ୍ବ ପାଇଁ ଚିନ୍ତାଜନକ ବିଷୟ ହୋଇଥିବାବେଳେ ସଚେତନତା ଜରୁରୀ ହୋଇ ପଡିଛି। ଏହି ସମୟରେ କୋରୋନା ସଚେତନତା ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅଣ୍ଟା ଭିଡିଛନ୍ତି।
ଜିଲ୍ଲାର ସିମୁଳିଆ, ଖଇରା ସମେତ ବାଲେଶ୍ଵର ସହରର ବିଭିନ୍ନ ଛକରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି। ସମାଜିକ ଦୂରତା, ମାସ୍କ ପିନ୍ଧିବା, ସଫାସୁତୁରା ରହିବା ଭଳି ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟିବା ସହ ଆଗାମୀ ଦିନରେ ଜିଲ୍ଲା ତଥା ଓଡିଶାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଚିତ୍ର ଦ୍ବାରା ସଚେତନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ପରିଡା, ଯୁବନେତା ଶୁଭେନ୍ଦୁ ଦାସ ମଙ୍ଗରାଜ, ସଂଜୀବ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ