ବାଲେଶ୍ଵର: ବାତ୍ୟା ୟସ ଯୋଗୁଁ ବାଲେଶ୍ଵରରେ ଅନେକ କ୍ଷୟକ୍ଷତି ହୋଇଛି । ଯାହାର ଆକଳନ ଏବେ ପ୍ରଶାସନିକ ସ୍ତରରେ ଜାରି ରହିଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରଶାସନ କ୍ଷୟକ୍ଷତିର ଆକଳନ କରିଛି । ଲୁଣାପାଣି ମାଡି ଯିବାରୁ ଚାଷଜମିର କ୍ଷୟକ୍ଷତି ଠାରୁ ଆରମ୍ଭ କରି ଘରଡିହ ସବୁର ଆକଳନ ଚାଲିଛି ।
ଏନେଇ ପଞ୍ଚାୟତ ସ୍ତରୀୟ ଟିମ୍ ଗଠନ କରାଯାଇଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି । ଏବେ ପ୍ରାଥମିକ ରିପୋର୍ଟ ସରକାରଙ୍କୁ ପଠାଯାଇଛି । ଆଗାମୀ ଦୁଇ ତିନିଦିନ ମଧ୍ୟରେ ପୂର୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ