ETV Bharat / city

ଶିକ୍ଷା ବିଭାଗର ବିକଳ ଚିତ୍ର, ଛାତ୍ରଙ୍କ କାନ୍ଧରେ ସ୍କୁଲ ବ୍ୟାଗ ବଦଳରେ ସଉଦା ବ୍ୟାଗ - sadanandapur govt school

ସଦାନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିବା ପରିବର୍ତ୍ତେ ଛାତ୍ରମାନେ ପ୍ରତିଦିନ ପରିବା ଆଣୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଛାତ୍ରଙ୍କ କାନ୍ଧରେ ସ୍କୁଲ ବ୍ୟାଗ ବଦଳରେ ସଉଦା ବ୍ୟାଗ

author img

By

Published : Aug 19, 2022, 7:44 AM IST

ବାଲେଶ୍ୱର: ରାଜ୍ୟର ଶିକ୍ଷା ବିଭାଗ ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ଅଟେ । ସ୍କୁଲରେ ପାଠପଢା ବଦଳରେ ପରିବା ପ୍ରତିଦିନ ପରିବା ଆଣୁଛନ୍ତି ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବସ୍ତା ବ୍ଲକ ସଦାନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ।

ଛାତ୍ରଙ୍କ କାନ୍ଧରେ ସ୍କୁଲ ବ୍ୟାଗ ବଦଳରେ ସଉଦା ବ୍ୟାଗ

ସଦାନନ୍ଦପୁର ପ୍ରାଥମିକ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର ଛାତ୍ର ପାଠପଢା ଛାଡ଼ି ମଧ୍ୟାହ୍ନ ଭୋଜନ ସଉଦା କିଣି ବ୍ୟାଗରେ ନେବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିବା କୁନି ବିଦ୍ୟାର୍ଥୀଙ୍କୁ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଦିନ ପାଠ ପଢା ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ସଉଦା ଆଣିବାକୁ ପଠାଉଥିବା ଜଣାପଡିଛି । ବିଦ୍ୟାଳୟରେ ଯେଉଁଠି ସରକାର ବସ୍ତାନି ବୋଝ ବହିବାକୁ କୁନି ଛାତ୍ରଙ୍କୁ ବାରଣ କରିଛନ୍ତି ସେଠାରେ ଶିକ୍ଷକ ସଉଦା ବ୍ୟାଗ ବୋହିବା ପାଇଁ ତାଗିଦ କରୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ଜଣେ ତୃତୀୟଶ୍ରେଣୀ ଛାତ୍ରଙ୍କୁ ସ୍ଥାନୀୟ ଦୋକାନରୁ ମଧ୍ୟାନ୍ନ ଭୋଜନ ସଉଦା ଆଣିବାକୁ ପଠାଇଥିଲେ । ଛାତ୍ରଜଣକ ଦିନ ୧୧ଟା ସମୟରେ ବିଦ୍ୟାଳୟର ବାହାରେ ସଉଦା ଦୋକାନରୁ ସଉଦା ନେଇ ବିଦ୍ୟାଳୟକୁ ଯାଉଥିବା ବେଳେ ଜଣେ ଗ୍ରାମବାସୀ ଏହି ଭିଡିଓଟି କରିଥିବା ନେଇ ସୂଚନା ରହିଛି । ପରେ ବ୍ୟକ୍ତିଜଣକ ଛାତ୍ରକୁ ପଚାରିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ସବୁ ଦିନ ସଉଦା ଆଣିବାକୁ ପଠାନ୍ତି ବୋଲି କହିଥିଲେ।

ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷକ କହିଛନ୍ତି ଯେ, " ଛାତ୍ରଙ୍କର ବଡବାପଙ୍କ ଦୋକାନ । ମୁଁ ବ୍ୟସ୍ତ ରହିଥିବା କାରଣରୁ ଛାତ୍ରକୁ ପଠାଇଥିଲି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.