ETV Bharat / city

ଅଷ୍ଟାଦଶଭୁଜା ମା' ମହାଲକ୍ଷ୍ମୀଙ୍କ ଅପାର ମହିମା, ଶରଣ ପଶିଲେ ଦୂର ହୁଏ ଦୁଃଖକଷ୍ଟ

ଦୁର୍ଗା ମା ଦଶଭୁଜା ହୋଇଥିଲାବେଳେ ଏମିତି ଜଣେ ଦୁର୍ଗା ମା' ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ନାଲାପାଟଣା ଗାଁର ଅଷ୍ଟାଦଶ ଭୁଜା ମା' ମହାଲକ୍ଷ୍ମୀ । ପ୍ରାୟ 200 ବର୍ଷ ଧରି ଏଠାରେ ପୂଜା ପାଇ ଆସୁଛନ୍ତି ମା' । ଅଧିକ ପଢନ୍ତୁ...

ଅଷ୍ଟାଦଶଭୁଜା ମା' ମହାଲକ୍ଷ୍ମୀର ଅପାର ମହିମା
ଅଷ୍ଟାଦଶଭୁଜା ମା' ମହାଲକ୍ଷ୍ମୀର ଅପାର ମହିମା
author img

By

Published : Oct 13, 2021, 6:54 AM IST

Updated : Oct 13, 2021, 8:46 AM IST

ବାଲେଶ୍ବର: ଧରାପୃଷ୍ଠରେ ଯେବେ ଦାନବ କବଳରୁ ମୁକ୍ତି ପାଇବା ପାଇଁ ଭକ୍ତ ତ୍ରାହି ତ୍ରାହି ଡାକିଛି ସେବେ ଆର୍ବିଭାବ ନେଇଛନ୍ତି ମା' ଦୁର୍ଗା । ଭକ୍ତର ଦୁଃଖ ଦୂର କରି ସେ ପାଲଟେ ଦୁଃଖନାସିନୀ । ସେ ସହି ପାରେନି ସନ୍ତାନର ଦୁଃଖ । ସେ ସର୍ବସଂହା । ଦୁର୍ଗା ମା ଦଶଭୁଜା ହୋଇଥିଲାବେଳେ ଏମିତି ଜଣେ ଦୁର୍ଗା ମା' ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ନାଲାପାଟଣା ଗାଁର ଅଷ୍ଟାଦଶ ଭୁଜା ମା' ମହାଲକ୍ଷ୍ମୀ । ପ୍ରାୟ 200 ବର୍ଷ ଧରି ଏଠାରେ ପୂଜା ପାଇ ଆସୁଛନ୍ତି ମା' ।

ଅଷ୍ଟାଦଶଭୁଜା ମା' ମହାଲକ୍ଷ୍ମୀଙ୍କ ଅପାର ମହିମା, ଶରଣ ପଶିଲେ ଦୂର ହୁଏ ଦୁଃଖକଷ୍ଟ

କିମ୍ବଦନ୍ତୀ ଅନୁସାରରେ 1818 ମସିହାରେ ଏହି ସ୍ଥାନରେ ଏକ ବିରାଟ ପୋଖରୀ ଥିଲା । ଏହି ପୋଖରୀରୁ ମା'ଙ୍କ ମୂର୍ତ୍ତି ଏକ କଳା ମୁଗୁନି ପଥର ଭାବେ ଆବିର୍ଭାବ ହୋଇଥିଲେ । ସେତେବେଳେ ଏହି ସ୍ଥାନରେ ମା'ଙ୍କୁ ଏକ ଚାଳଛପର ଘରେ ସ୍ଥାପନ କରି ହରିଗୋଲାମ ଦାସ ପୂଜା କରୁଥିଲେ । ପରବର୍ତ୍ତୀ ସମୟରେ ହରିଗୋଲାମ ତ୍ରିଲୋଚନ ଦାସଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । ତ୍ରିଲୋଚନଙ୍କ ବିବାହ ଚନ୍ଦ୍ରମଣୀଙ୍କ ସହ ହୋଇଥିଲା । ପରେ ଚନ୍ଦ୍ରମଣି ମା' ଅଷ୍ଟାଦଶ ଭୁଜାଙ୍କ ନିତ୍ୟ ପୂଜକ ଭାବେ ପୂଜାର୍ଚ୍ଚନା କରି ଆସୁଥିଲେ । ତାଙ୍କର 93 ବର୍ଷ ବୟସରେ ବିୟୋଗ ହେବାପରେ ତାଙ୍କର ପୋଷ୍ୟପୁତ୍ର ପ୍ରଭାକର ମହାପାତ୍ର 1994 ମସିହାରେ ନିତ୍ୟପୂଜକ ହୋଇ ମାଙ୍କ ପୂଜା କରି ଆସୁଛନ୍ତି । ମା'ଙ୍କ ପାଖରେ 3ଜଣ ପୂଜକ ଥିବାବେଳେ ସେମାନଙ୍କ ମଧ୍ୟରେ ଶକ୍ତିପଦ ପଣ୍ଡା ମୁଖ୍ୟ ପୂଜକ ।

ଏହି ପୀଠକୁ ସ୍ବାତ୍ତିକ ପୀଠ, ଶକ୍ତି ପୀଠ ଓ ଶୈବପୀଠ ଭାବେ କୁହାଯାଇଥାଏ । ଏଠାକାର ପୂଜାବିଧି ସମ୍ପୂର୍ଣ୍ଣ ନିଆରା । ଏଠାରେ ଶିବ ଓ ଜଗନ୍ନାଥ ରହିଛନ୍ତି । ଏଠାରେ ପ୍ରଥମେ ଶିବଙ୍କ ପାଖରେ ଭୋଗ ଲଗାଯିବା ପରେ ଜଗନ୍ନାଥ ଓ ଶେଷରେ ମା' ଅଷ୍ଟାଦଶ ଭୁଜାଙ୍କ ପାଖରେ ଭୋଗ ଲାଗିହୁଏ । ଦୁର୍ଗାପୂଜା ସମୟରେ ଏଠାରେ 18 ଦିନ ଧରି ପୂଜାର୍ଚ୍ଚନା କରାଯାଇଥାଏ । ମୂଳାଷ୍ଟମୀ ଦିନରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ଦୁର୍ଗାଷ୍ଟମୀ ଯାଏ 16 ଦିନ ଓ ନବମୀ, ଦଶମୀ ପୂଜାକୁ ମିଶାଇ ମୋଟ 18 ଦିନ ମା'ଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ । ଏହି ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ମା' ଅଞ୍ଚଳବାସୀଙ୍କୁ ସହାୟ ହୁଅନ୍ତି । କେହି କେବେ ଏଠାରୁ ଖାଲି ହାତରେ ଫେରି ନଥିବା ଭକ୍ତମାନେ କହିଛନ୍ତି ।

ମାନସିକ କରିଥିବା ଭକ୍ତମାନଙ୍କ ମାନସିକ ପୂରଣ ହେଲେ ସେମାନେ ମା'ଙ୍କ ନିକଟରେ ଚଣ୍ଡୀପାଠ ସହ ପୂଜାର୍ଚ୍ଚନା କରିଥାନ୍ତି । ସେଥିପାଇଁ କେବଳ ବାଲେଶ୍ଵର ନୁହେଁ ଅନ୍ୟ ଜିଲ୍ଲାରୁ ମଧ୍ୟ ଭକ୍ତମାନଙ୍କ ସୁଅ ଛୁଟିଥାଏ । ଏହି ପୀଠରେ ରଜ, ମକର ଓ ରାହାସପୂର୍ଣ୍ଣିମା ବେଶ ଧୁମଧାମରେ ପାଳନ କରାଯାଇଥାଏ । ମା'ଙ୍କ ମନ୍ଦିର ଆଗରେ ପୋଖରୀ ଥିବା ବେଳେ ଚାରିକଡେ ପୋଖରୀ ଆଢି ଥିବା କଥା ଲୋକମୁଖରୁ ଶୁଣିବାକୁ ମିଳେ । ଏଠାକାର ପୂଜା କମିଟିର ସଭାପତି ଭାବେ ଉପଜିଲ୍ଲାପାଳ ଦାଇତ୍ବ ତୁଲାଇ ଥାଆନ୍ତି । ମା' ଅଷ୍ଟାଦଶ ଭୁଜାଙ୍କ ଅନେକ ମାହାତ୍ମ୍ୟ ରହିଥିବା ବେଳେ ମା'ଙ୍କ ଶରଣ ପଶିଲେ ସବୁ ଦୁଃଖକଷ୍ଟ ଲାଘବ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Oct 13, 2021, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.