ETV Bharat / city

ବାପା ମାଆଙ୍କୁ ପୋଡି ମାରିବାକୁ ଉଦ୍ୟମ, ପୁଅ ଗିରଫ

author img

By

Published : Sep 20, 2022, 7:41 AM IST

ପିତାମାତା ଭଗବାନଙ୍କ ସ୍ବରୂପ ହୋଇଥାନ୍ତି । ପିତାମାତାଙ୍କୁ ଚଳନ୍ତି ପ୍ରତିମା କୁହାଯାଏ । ମାତ୍ର ଏଠାରେ ପୁଅ ନିଜ ପିତାମାତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଛି । ବାଲେଶ୍ବର ଭୋଗରାଇ ବ୍ଲକରେ ଏହି ଘଟଣା ଘଟିଛି । ଅଧିକ ପଢନ୍ତୁ

ବାପା ମାଙ୍କୁ ପୋଡି ମାରିବାକୁ ଉଦ୍ୟମ, ପୁଅ ଗିରଫ

ବାଲେଶ୍ବର: ଜନ୍ମକଲା ବାପା ମାଆଙ୍କୁ ପୋଡି ମାରିବା ପାଇଁ ଉଦ୍ୟମ କଲା ପୁଅ । କ୍ରୋଧର ବଶବର୍ତ୍ତୀ ହୋଇ ଶେଷରେ ଘରେ ନିଆଁ ଲଗାଇ ଦେଇଥିବା ପୁଅକୁ ପୋଲିସ ଗିରଫ କରିଛି(Son trying to burn parents in Balasore) । ଏମିତି ଏକ ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଗୁଛିଡାତେଘରି ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ।

ଅଭିଯୁକ୍ତ
ଅଭିଯୁକ୍ତ

ସୂଚନା ଅନୁସାରେ, ଗ୍ରାମର ସୁଧୀର ନାୟକଙ୍କ ପୁଅ ଶ୍ରୀମନ୍ତ ରାତିରେ ଘରକୁ ଫେରିବା ପରେ ତାଙ୍କ ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲା । ଏହାକୁ ବାପା ସୁଧୀର ବିରୋଧ କରିବାରୁ ଉଭୟ ବାପା ମାଆଙ୍କୁ ମାଡ଼ ମାରିଥିଲା ଶ୍ରୀମନ୍ତ । ଏତିକିରେ ରାଗ ଶାନ୍ତ ହୋଇ ନଥିଲା ଶ୍ରୀମନ୍ତର । ବରଂ ଏତେ ମାତ୍ରାରେ ସେ କ୍ରୋଧର ବଶବର୍ତ୍ତୀ ହୋଇଯାଇଥିଲା ଯେ ବାପା ମାଆଙ୍କୁ ଘରେ କବାଟ ଦେଇ ପୋଡି ମାରିବାକୁ ଉଦ୍ୟମ କରିଥିଲା ।

ଏହା ବି ପଢନ୍ତୁ-ବାଲେଶ୍ଵର ଘରୋଇ ହସ୍ପିଟାଲକୁ ସଫଳତା, ମୁଖ କର୍କଟ ଅସ୍ତ୍ରୋପଚାର ସଫଳ

ବାପା ମାଆଙ୍କୁ ଘରେ ବନ୍ଦ କରି ଘରେ ନିଆଁ ଲଗାଇଥିଲା ଶ୍ରୀମନ୍ତ । ଅସହାୟ ଅବସ୍ଥାରେ ବୃଦ୍ଧ ବାପା, ମାଆ ଚିତ୍କାର କରିବାରୁ ସାହି ପଡିଶା ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଘରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ବୃଦ୍ଧ ବାପା, ମାଆ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଚନ୍ଦନେଶ୍ବର ପୋଲିସ ପହଞ୍ଚି ପୁଅ ଶ୍ରୀମନ୍ତଙ୍କୁ ଗିରଫ କରିଛି । ଏହି ଘଟଣା ଏବେ ଉକ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ପିତାମାତା ଭଗବାନଙ୍କ ସ୍ବରୂପ ହୋଇଥାନ୍ତି । ପିତାମାତାଙ୍କୁ ଚଳନ୍ତି ପ୍ରତିମା କୁହାଯାଏ । ପୁଅର ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.