ବାଲେଶ୍ବର: ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା । ବିଭିନ୍ନ ରାସ୍ତାର ଉଭୟ ପାର୍ଶ୍ଵରେ ବେଆଇନ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏ ଦିଗରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏମିତି କିଛି ଅଭିଯୋଗ ଓ 5 ଦଫା ଦାବି ନେଇ ଫିୟୁଚର ବାଲେଶ୍ଵର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଗଠନ ପକ୍ଷରୁ ହୋଇଥିବା ଦାବି ଅନୁଯାୟୀ, ଝାଡେଶ୍ବର ମନ୍ଦିର ଠାରୁ ଦରଜୀ ପୋଖରୀ ଯାଏଁ ଥିବା ରାସ୍ତାଟି ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ରାସ୍ତାର ଅଧିକାଂଶ ଭାଗ ଜବରଦଖଲରେ ରହିଛି । ସେହିପରି ଅନେକ ରାସ୍ତାର ଉଭୟ ପାର୍ଶ୍ବ ଜବର ଦଖଲ, ବେଆଇନ ପାର୍କିଂ ପାଇଁ ଲୋକମାନେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ଏହାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ