ETV Bharat / city

ବିନା ହେଲମେଟରେ ପୋଲିସ ବାବୁ, ଭିଡିଓ ଭାଇରାଲ - ବାଲେଶ୍ବର ଖବର

ବିନା ହେଲମେଟରେ ପୋଲିସ ବାବୁ । ଏପଟେ ଫାଇନ ପାଇଁ ରାସ୍ତାରେ ଗୋଡାଉଛି ସାଧାରଣ ଜନତାଙ୍କୁ । କିନ୍ତୁ ନିଜ ଉପରେ ନାହିଁ ନଜର । ଏଭଳି କିଛି ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଗକୁ ପଢନ୍ତୁ..

police officer, photo  viral
ବିନା ହେଲମେଟରେ ପୋଲିସ ବାବୁ
author img

By

Published : Dec 5, 2019, 1:47 PM IST

Updated : Dec 5, 2019, 2:05 PM IST

ବାଲେଶ୍ବର: ତିନି ମାସର କୋହଳ ପରେ ଡିସେମ୍ବର 2 ତାରିଖ ପାଖରୁ ବାଲେଶ୍ବରରେ ନୂତନ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ କରାଯାଇଛି । ଛକ ଛକରେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଫାଇନ କଟାଯାଉଛି।

ବିନା ହେଲମେଟରେ ପୋଲିସ ବାବୁ

ହେଲମେଟ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଏହାକୁ ନମାନିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ଫାଇନ କାଟିବା ଭୟରେ ବାଲେଶ୍ବରରେ ଏବେ ପ୍ରାୟ 90 ପ୍ରତିଶତ ବାଇକର ମାନଙ୍କ ମୁଣ୍ଡରେ ହେଲମେଟ ଥିବା ଦେଖିବାକୁ ମିଳୁଛି ।

ହେଲେ ଏହାର ବ୍ୟତିକ୍ରମ ଖୋଦ ପୋଲିସ କ୍ଷେତ୍ରରେ । ଏପଟେ ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ପୋଲିସ ନିଜେ ହିଁ ହେଲମେଟ ପିନ୍ଧିନଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାଲେଶ୍ବର ମେଡିକାଲ ରାସ୍ତାରେ ପୋଲିସ ବାବୁ ଜଣଙ୍କ ବିନା ହେଲମେଟରେ ଗାଡି ଚଳାଉଥିଲେ । କେହି ଜଣେ ସଚେତନ ନାଗରିକ ତାହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ନିୟମ କ’ଣ କେବଳ ସାଧାରଣ ଜନତା ପାଇଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ତିନି ମାସର କୋହଳ ପରେ ଡିସେମ୍ବର 2 ତାରିଖ ପାଖରୁ ବାଲେଶ୍ୱରରେ ନୂତନ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ କରାଯାଇଛି। ଛକ ଛକରେ ନିୟମ ଉଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଫାଇନ କଟାଯାଉଛି। ହେଲମେଟ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାକୁ ନମାନିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି। ଫାଇନ କାଟିବା ଭୟରେ ବାଲେଶ୍ୱରରେ ଏବେ ପ୍ରାୟ 90 ପ୍ରତିଶତ ବାଇକର ମାନଙ୍କ ମୁଣ୍ଡରେ ହେଲମେଟ ଥିବା ଦେଖିବାକୁ ମିଳୁଛି। ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲେଶ୍ଵର ସହରରେ, ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଫାଇନ କାଟୁଥିବା ପୋଲିସ କିନ୍ତୁ ବିନା ହେଲେମେଟରେ ଗାଡି ଚଳାଉଥିବା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେଡିକାଲ ରାସ୍ତାରେ ପୋଲିସ ବାବୁ ଜଣଙ୍କ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ କେହିଜଣେ ସଚେତନ ନାଗରିକ ତାହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ନିୟମ କଣ କେବଳ ସାଧାରଣ ଜନତା ପାଇଁ।
Last Updated : Dec 5, 2019, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.