ETV Bharat / city

ବାଲେଶ୍ବର ବଜାରରେ ପ୍ଲାଷ୍ଟିକ ଅଣ୍ଡା !

author img

By

Published : Aug 3, 2020, 4:34 PM IST

କୋରୋନା ମହାମାରୀ ସମୟରେ ପ୍ଲାଷ୍ଟିକ ଅଣ୍ଡା ବେପାର ଚାଲିଥିବା ନେଇ ବାଲେଶ୍ବର ସହର ବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ ଦୃଷ୍ଟି ଦେବାକୁ ଗ୍ରାହକ ଅନୁରୋଧ କରିଛନ୍ତି । ଅଧିକ ଖବର ପଢନ୍ତୁ...

ବାଲେଶ୍ବର ବଜାରରେ ପ୍ଲାଷ୍ଟିକ ଅଣ୍ଡା!
ବାଲେଶ୍ବର ବଜାରରେ ପ୍ଲାଷ୍ଟିକ ଅଣ୍ଡା!

ବାଲେଶ୍ଵର: କୋରୋନା ମହାମାରୀ ସମୟରେ ପ୍ଲାଷ୍ଟିକ ଅଣ୍ଡା ବେପାର ଚାଲିଥିବା ନେଇ ସହର ବାସୀ ଅଭିଯୋଗ କରିଛନ୍ତି। ସହରର ସହଦେବଖୁଣ୍ଟା ଅଞ୍ଚଳର ରବୀନ୍ଦ୍ର ଦିଗଲ ବଜାରରୁ ଗୋଟିଏ ଅଣ୍ଡା ଟ୍ରେ ଘରକୁ ଆଣିଥିଲେ। ଘରେ ଅଣ୍ଡା ତିଆରି କରିବା ପାଇଁ ଭାଙ୍ଗିବା ପରେ ସେଥିରୁ କୌଣସି ବାସ୍ନା ଆସି ନଥିଲା। ପରେ ରବୀନ୍ଦ୍ର ଅଣ୍ଡାର କେଶର ହାତରେ ଧରିଥିଲେ ମଧ୍ୟ ତାହା ମିଳେଇ ନଥିଲା।

ବାଲେଶ୍ବର ବଜାରରେ ପ୍ଲାଷ୍ଟିକ ଅଣ୍ଡା!

ଏହାପରେ ରବିନ୍ଦ୍ରଙ୍କୁ ସନ୍ଦେହ ହେବାରୁ ସେ ଅଣ୍ଡା ସିଝାଇଥିଲେ। ଅଣ୍ଡାରୁ ଏକ ପ୍ରକାର ପ୍ଲାଷ୍ଟିକ ଆବରଣ ବାହାରୁଥିବା ଓ କେଶର ସେମିତି ଟାଣ ରହୁଥିବା ସେ କହିଛନ୍ତି। ଅଣ୍ଡା ଗୁଡିକ ପ୍ଲାଷ୍ଟିକ ବୋଲି ରବୀନ୍ଦ୍ର ସନ୍ଦେହ କରି ଆଉ ସେସବୁ ରାନ୍ଧି ନଥିଲେ।

କୋରୋନା ସମୟରେ ଏମିତି ପ୍ଲାଷ୍ଟିକ ଅଣ୍ଡାକୁ ନେଇ ରବୀନ୍ଦ୍ର ଚିନ୍ତାରେ ପଡିଛନ୍ତି। ଲୋକଙ୍କ ଧନ ଜୀବନ ହାନୀର ଆଶଙ୍କା କରି ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.