ETV Bharat / city

Panchayat Polls: BJDରୁ ଦୁଇ ସରପଞ୍ଚ ପ୍ରାର୍ଥୀ ! ସମସ୍ୟାକୁ ପଚାରେ କିଏ ?

author img

By

Published : Jan 31, 2022, 10:48 PM IST

ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବା ପରେ ଏବେ ଗାଁ ଗାଁ ରେ ନେତାଙ୍କ ଭିଡ । କୋଭିଡ ଗାଇଡ ଲାଇନ ଅନୁସାରେ ପ୍ରାର୍ଥପତ୍ର ଦାଖଲ କରିବା ପରେ ଏବେ ଗାଁ ମୁହାଁ ନେତା। ଭୋଟରଙ୍କୁ କେମିତି ନିଜ ସପକ୍ଷରେ ମନାଇବେ ସେନେଇ ଚାଲିଛି ପ୍ରୟାସ । ଅଧିକ ପଢନ୍ତୁ

ପଞ୍ଚାୟତ ଟକ୍କର
ପଞ୍ଚାୟତ ଟକ୍କର

ବାଲେଶ୍ବର: ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବା ପରେ ଏବେ ଗାଁ ଗାଁ ରେ ନେତାଙ୍କ ଭିଡ। କୋଭିଡ ଗାଇଡ ଲାଇନ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ଗାଁ ମୁହାଁ ନେତା। ଭୋଟରଙ୍କୁ କେମିତି ନିଜ ସପକ୍ଷରେ ମନାଇବେ ସେନେଇ ଚାଲିଛି ପ୍ରୟାସ ।

ପଞ୍ଚାୟତ ଟକ୍କର: BJD ରୁ ଦୁଇ ସରପଞ୍ଚ ପ୍ରାର୍ଥୀ, ସମସ୍ୟାକୁ ପଚାରେ କିଏ?

ବିଶେଷ କରି ଚଳିତ ବର୍ଷ ସରପଞ୍ଚ ପଦକୁ ନେଇ ଅଧିକ ଆଶାୟୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ଭିତରେ କେଉଁଠି ନା କେଉଁଠି ଗୋଟିଏ ପଞ୍ଚାୟତରେ ଗୋଟିଏ ଦଳ ସମର୍ଥନରେ ଦୁଇଜଣ ପ୍ରାର୍ଥୀ ନିଜ ସପକ୍ଷରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସେମିତି ଏକ ପଞ୍ଚାୟତ ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବିରୁଆଁ ପଞ୍ଚାୟତ। ବିରୁଆଁ ପଞ୍ଚାୟତ 15 ଟି ୱାର୍ଡକୁ ଗଠିତ ହୋଇଥିବା ବେଳେ ଏଠାକାର ଲୋକସଂଖ୍ୟା 8 ହଜାର। ସେମାନଙ୍କ ମଧ୍ୟରୁ 4 ହଜାର 736 ଜଣ ହେଉଛନ୍ତି ଭୋଟର। ବିରୁଆଁ ପଞ୍ଚାୟତରୁ ଏଥର ସୋମନାଥପୁର ବାଦ ପଡି ରେମୁଣା NACରେ ମିଶିଛି।

ଯେଉଁଥିପାଇଁ ପ୍ରାୟ 2 ହଜାର ଭୋଟର ଏହି ପଞ୍ଚାୟତରୁ ବାଦ ପଡିଛନ୍ତି। ତେବେ ଏହି ପଞ୍ଚାୟତର ଏଥର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବଂଶୀଧର ପଣ୍ଡା ଓ ଦିଲ୍ଲୀପ ଦାସ ଉଭୟ ବିଜେଡି ସମର୍ଥନରେ ଛିଡା ହୋଇଥିବା କହିଛନ୍ତି। ଗୋଟିଏ ପଟେ ଦିଲ୍ଲୀପ ଦାସ ରେମୁଣା ବିଧାୟକ ଓ ଜିଲ୍ଲା ସଭାପତିଙ୍କ ସହମତି କ୍ରମେ ଛିଡା ହୋଇଥିବା କଥା କହୁଥିବ ବେଳେ ଅନ୍ୟପଟେ ବଂଶୀଧର ପଣ୍ଡା ଜିଲ୍ଲା ସଭାପତିଙ୍କ ଅନୁମତି କ୍ରମେ ଛିଡା ହୋଇଥିବା କହୁଛନ୍ତି। ଏମିତି ଦୃଶ୍ୟ ଦେଖିବା ପରେ ବିରୁଆଁ ପଞ୍ଚାୟତରେ ବିଜେଡିର ଦଳୀୟ କନ୍ଦଳ ଥିବା ସ୍ପଷ୍ଟ ହେଉଛି । ଏ ଦୁଇଜଣଙ୍କ ଲଢେଇ ଭିତରେ ବିଜେପି ସମର୍ଥିତ ପ୍ରାର୍ଥୀ ସୁମନ୍ତ ଦାସ ବାଜି ମାରି ନେଇପାରନ୍ତି ବୋଲି ଆଲୋଚନା ହେଉଛି ।

ଜଣେ ଅନ୍ୟଜଣଙ୍କୁ ନେତୃତ୍ବ ଅଭାବ କହୁଥିବା ବେଳେ ଅନ୍ୟଜଣେ ତାଙ୍କୁ ବିଜେଡିର ସରପଞ୍ଚ ପ୍ରାର୍ଥୀ ନୁହେଁ ବୋଲି କହୁଛନ୍ତି। ନେତାଙ୍କ ଭିତରେ ଏମିତି ଟଣା ଓଟରା ଭିତରରେ ପଞ୍ଚାୟତବାସୀଙ୍କ ଦୁଃଖ ଦୁର୍ଦ୍ଦଶା କଥା ସାମ୍ନାକୁ ଆସିଛି। ନେତା ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଲୋକମାନେ ସେମାନଙ୍କ ଅସୁବିଧା କଥା ସିଧାସଳଖ କହିଛନ୍ତି। କେଉଁଠି ରାସ୍ତା ନାହିଁ ତ ପୁଣି କେଉଁଠି ଘର ଖଣ୍ଡିଏ ପାଇଁ ଲୋକମାନେ ବାରମ୍ବାର ଗୁହାରି କରି ମଧ୍ୟ ନିରାଶ ହେଉଥିବା କଥା ନଜରକୁ ଆସିଛି ।

ଏହି ପଞ୍ଚାୟତର କାଶୀପୁର ଆଦିବାସୀ ବସ୍ତିରେ ମଧ୍ୟ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ସେମାନଙ୍କ ପ୍ରତି ପୂର୍ବତନ ପଞ୍ଚାୟତ ପ୍ରତିନିଧି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରି ପରେ ବି କେହି ଦୁଃଖ ଶୁଣୁ ନଥିବା ଲୋକମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ପଞ୍ଚାୟତର ବିକାଶ ତଥା ନେତୃତ୍ବକୁ ଦୃଷ୍ଟିରେ ରଖି ଏଥର ଭୋଟର କାହା ସପକ୍ଷରେ ଭୋଟ ଦେଉଛନ୍ତି ତାହାହିଁ ଦେଖିବାକୁ ବାକି ରହିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.