ବାଲେଶ୍ବର: ସଙ୍ଗୀତ ଶ୍ରୋତାଙ୍କ ମନରେ ବସା ବାନ୍ଧି ରହିବା ଆବଶ୍ୟକ । ଆଜି ନୁହେଁ ବରଂ ଆସନ୍ତା କାଲି ସଙ୍ଗୀତକୁ ମନେ ପକାଇ ଶ୍ରୋତା ଝୁରି ହେବେ । ସଙ୍ଗୀତ ଯାହା ଶ୍ରୋତାଙ୍କୁ ମତୁଆଲା କରିଦେବ ସେମିତି ସଙ୍ଗୀତର ଆଵଶ୍ୟକତା ରହିଛି । ସାମାଜିକ ମୂଲ୍ୟବୋଧ ରହୁଥିବା ସଙ୍ଗୀତ ହିଁ ଚିର ସବୁଜ ହୋଇ ରହିଥାଏ । ଏମିତି କିଛି କଥା କହିଛନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ତାନସେନ ସିଂ।
ତାନସେନଙ୍କ ସହ ଆଲୋଚନା କଲାବେଳେ ବର୍ତ୍ତମାନର ସଙ୍ଗୀତକୁ ନେଇ ସେ ବେଶ କ୍ଷୁବ୍ଧ ହୋଇଥିଲେ। ଦ୍ଵି-ଅର୍ଥ ବୋଧକ ସଙ୍ଗୀତ ଓ ସଂଗୀତରେ ତାଙ୍କ ବେଳର ଭାବ କିମ୍ବା ଯାଦୁ ନଥିବା ସେ କହିଛନ୍ତି । ବର୍ତ୍ତମାନର ସଙ୍ଗୀତ ସାମାଜିକ ସ୍ତରରେ କୁପ୍ରଭାଵ ପକାଉଥିବା ସେ କହିଛନ୍ତି।
ବାଲେଶ୍ବରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ତାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ