ETV Bharat / city

ବାଲେଶ୍ବରରେ ଓଡିଆ ଭାଷାକୁ ଅପମାନ - ବାଲେଶ୍ବର ଫକୀର ମୋହନ କଲେଜ

ବାଲେଶ୍ବରରେ ଓଡିଆ ଭାଷା (Odia Language Insult in Balasore) ତଥା ଫକୀରମୋହନଙ୍କ ନାମ ପ୍ରତି ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ବିଭାଗ ପକ୍ଷରୁ ରାସ୍ତା କଡରେ ଅତି ନିମ୍ନମାନର ସାଇନ ବୋର୍ଡ ଲଗାଯାଇଥିବା ବେଳେ ସାଇନ ବୋର୍ଡରେ ଫକୀରମୋହନ କଲେଜ ଓ ଶାନ୍ତିକାନନକୁ ଯିବା ପାଇଁ ସୂଚିତ ହୋଇଥିବା ଲେଖା ଭୁଲ ଲେଖା ହୋଇଛି । ଅଧିକ ପଢନ୍ତୁ

Insult to the Odia language
Insult to the Odia language
author img

By

Published : Nov 29, 2021, 7:56 PM IST

ବାଲେଶ୍ବର: ବାଲେଶ୍ବରରେ ଓଡିଆ ଭାଷା ତଥା ଫକୀରମୋହନଙ୍କ ନାମ ପ୍ରତି ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ବିଭାଗ ପକ୍ଷରୁ ରାସ୍ତା କଡରେ ଅତି ନିମ୍ନମାନର ସାଇନ ବୋର୍ଡ ଲଗାଯାଇଥିବା ବେଳେ ସାଇନ ବୋର୍ଡରେ ଫକୀରମୋହନ କଲେଜ ଓ ଶାନ୍ତିକାନନକୁ ଯିବା ପାଇଁ ସୂଚିତ ହୋଇଥିବା ଲେଖା ଭୁଲ ଲେଖା ହୋଇଛି।

ସାଇନ ବୋର୍ଡଟି ରାସ୍ତା କଡରେ ଥିବା ଇଲେକ୍ଟ୍ରିକ ଖୁଣ୍ଟ ଏବଂ ଆଉ ଏକ ହୋର୍ଡିଂର ପୋଲରେ କଣ୍ଟା ପିଟି ଲଗାଯାଇଛି । ସାଇନ ବୋର୍ଡ ପାଇଁ ସ୍ବତନ୍ତ୍ର ପୋଲ ବି ବସାଯାଇନାହିଁ । ଦ୍ବିତୀୟରେ ଅତି ଖାମଖିଆଲି ଭାବେ ‘ଫକିର ମହନ’ ଓ ‘ଶାନ୍ତୀ କାନନ’ ବନାନ ଭୁଲ ଲେଖା ହୋଇଛି । ଏପରି ଭୁଲ ଉଚ୍ଚାରଣ ବୋର୍ଡ ଲଗାଇ ନିଶ୍ଚିନ୍ତରେ ରହିଛି ବିଭାଗ ।

ପ୍ରସଙ୍ଗ ଏଥିପାଇଁ ଉଠୁଛି ଯେ, ଏହା ଏକ ସାଧାରଣ ସାଇନ ବୋର୍ଡ ନୁହେଁ । ଯେହେତୁ ଏହି ବୋର୍ଡରେ ପ୍ରଶାସନିକ ତଥା ରାଜ୍ୟ ସରକାରଙ୍କ ସଙ୍କେତ ଲାଗିଛି, ତେଣୁ ତାହା ଏକ ସମ୍ମାନଜନକ ଫଳକ । ମାତ୍ର ଏହାକୁ ସେତିକି ସମ୍ମାନର ସହ ଲଗାଇନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଫକୀର ମୋହନଙ୍କ ମାଟିରେ ତାଙ୍କ ନାଁକୁ ଏମିତି ଲେଖାଯିବା ବିଭାଗର ଖାମଖିଆଲି ନୀତିକୁ ଦର୍ଶାଉଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.