ETV Bharat / city

ବାଲେଶ୍ଵରରେ ହ୍ରାସ ପାଉଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା, ୪ ବର୍ଷ ମଧ୍ୟରେ ୮୭ ମୃତ - ବାଲେଶ୍ଵରରେ ହ୍ରାସ ପାଉଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା

ବାଲେଶ୍ବର ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା। ଗତ ୪ ବର୍ଷ ମଧ୍ୟରେ ଜିଲ୍ଲାରେ ସମୁଦାୟ ୮୭ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବାଲେଶ୍ଵରରେ ହ୍ରାସ ପାଉଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା

author img

By

Published : Apr 16, 2022, 3:16 PM IST

ବାଲେଶ୍ବର: ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା। ଗତ ୪ ବର୍ଷ ମଧ୍ୟରେ ଜିଲ୍ଲାରେ ସମୁଦାୟ ୮୭ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ଏନେଇ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୪ ବର୍ଷ ମଧ୍ୟରେ ୨୦୧୭-୧୮ ମସିହାରେ ଜିଲ୍ଲାର ୧୨ ବ୍ଲକରେ ୩୬ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୨୦୨୦-୨୧ ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଗକୁ ଆହୁରି ଅଧିକ ସଚେତନ ଓ ଜାଗ୍ରତ ରହିଲେ ଏହି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିପାରିବ ବୋଲି କୁହାଯାଇଛି। ବଜ୍ରପାତ ଜନିତ ମୃତ୍ୟୁରେ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ବାବଦକୁ ୪ ଲକ୍ଷ ଟଙ୍କା ମିଳିଥାଏ। ମାତ୍ର ଅନେକ ଏହି ଯୋଜନା ବାବଦରେ ଜାଣିନଥିବାରୁ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି।

ଯୋଜନା ବାବଦରେ ଅବଗତ ନଥିବା କାରଣରୁ ବଜ୍ରପାତରେ ମୃତ୍ୟୁ ପରେ ବ୍ୟବଚ୍ଛେଦ ନକରି ମୃତଦେହ ଦାହ କରୁଛନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏହି ଯୋଜନା ବାବଦରେ ଜାଣିବା ପରେ ଶବ ବ୍ୟବଚ୍ଛେଦ କରିନଥିବା କାରଣରୁ ସହାୟତା ପାଇପାରୁନାହାନ୍ତି। ତେଣୁ ଲୋକଙ୍କୁ ଏହି ଯୋଜନାରେ ବାବଦରେ ଜଣାଇବା ପାଇଁ ଏକ ସଚେତନମୂଳକ କାର୍ଯ୍ୟ କରିବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବା ଜରୁରୀ ଅଟେ। ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା। ରହିଥିବାବେଳେ ଏହା ଜିଲ୍ଲା ପାଇଁ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.