ETV Bharat / city

ଏକ୍ସପୋରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପରିବାର ଓ ପୋଲିସ ମୁହାଁମୁହିଁ

ବାଲେଶ୍ଵର ମେଡିକାଲ ପରିସରରେ ପୋଲିସ ଓ ଗୋଟିଏ ପରିବାର ସଦସ୍ୟଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଜାଣନ୍ତୁ ପୁରା ଖବର...

author img

By

Published : Dec 29, 2019, 5:01 AM IST

ଏକ୍ସପୋରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପରିବାର ଓ ପୋଲିସ ମୁହାଁମୁହିଁ
ଏକ୍ସପୋରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପରିବାର ଓ ପୋଲିସ ମୁହାଁମୁହିଁ

ବାଲେଶ୍ଵର: ମେଡିକାଲ ପରିସରରେ ପୋଲିସ ଓ ଗୋଟିଏ ପରିବାର ସଦସ୍ୟଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଥିଲା ଯେ ଉକ୍ତ ପରିବାର ପୋଲିସ ସହ ସେଠାରେ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ସହରର ଆଟିଆଇ ପଡ଼ିଆରେ ଚାଲିଥିବା ଏକ୍ସପୋ ମେଳାରେ ଦମ୍ପତି ବୁଲୁଥିଲେ । ଏହି ସମୟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କୁ ଅସଦାଚରଣ କରିଥିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସ କ୍ୟାମ୍ପରେ ଛାଡିଥିଲେ ।

ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବାରୁ ତାଙ୍କୁ ମେଡିକାଲ ଚେକଅପ ପାଇଁ ପଠାଇଥିଲେ । ମେଡିକାଲରେ ଯୁବକର ପରିବାର ଲୋକ ପହଞ୍ଚି ପୋଲିସ ସହ ମୁହାଁମୁହିଁ ହେବାସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଯୁବକଙ୍କୁ ପୋଲିସ ନିକଟରୁ ଛଡାଇ ନେବାପାଇଁ ପରିବାର ଲୋକ ଚେଷ୍ଟା କରିଥିଲେ । ଯୁବକର ପରିବାର ଲୋକ ପୋଲିସକୁ ଦୁର୍ବ୍ୟବହାର କରିବା ସହ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା ।

ଯୁବକର ପରିବାର ଲୋକ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ଏତେ ମାତ୍ରାରେ ଥିଲା ଯେ ଜଣେ ଡିଏସପି ଓ ଏସଡିପିଓ ବୁଝାଇଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ଯୁବକର ମେଡିକାଲ ଚେକଅପ ରିପୋର୍ଟ ପରିବାର ଲୋକ ଚିରିଦେଇଥିବା ପୋଲିସ କହିଛି । ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ବେଶ ଉତ୍ତେଜନା ଲାଗି ରହିଥିଲା । ପରେ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପହଞ୍ଚି ଯୁବକ ଓ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ନେଇଯାଇଥିଲେ । ଏକ୍ସପୋରେ ଅସଦାଚରଣ କରିଥିବା ଯୁବକ ସହଦେବଖୁଣ୍ଟା ଅଞ୍ଚଳର ସଦାଶିବ ସାହୁଙ୍କ ପୁଅ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ମେଡିକାଲ ପରିସରରେ ପୋଲିସ ଓ ଗୋଟିଏ ପରିବାର ସଦସ୍ୟଙ୍କ ଭିତରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ହୋଇଥଲା ଯେ ଉକ୍ତ ପରିବାର ପୋଲିସ ସହ ସେଠାରେ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ସହରର ଆଟିଆଇ ପଡ଼ିଆରେ ଚାଲିଥିବା ଏକ୍ସପୋ ମେଳାରେ ସ୍ୱାମୀ ସ୍ତ୍ରୀ ବୁଲୁଥିଲେ। ଏହି ସମୟରେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀ ଲୋକ ଜଣଙ୍କୁ ଅସଦାଚରଣ କରିଥିଲେ। ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସ କ୍ୟାମ୍ପରେ ଛାଡିଥିଲେ। ଯୁବକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିବାରୁ ତାଙ୍କୁ ମେଡିକାଲ ଚେକଅପ ପାଇଁ ପଠାଇଥିଲେ। ମେଡିକାଲରେ ଯୁବକର ପରିବାର ଲୋକ ପହଞ୍ଚି ପୋଲିସ ସହ ମୁହାଁମୁହିଁ ହେବାସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଯୁବକଙ୍କୁ ପୋଲିସ ନିକଟରୁ ଛଡାଇ ନେବାପାଇଁ ପରିବାର ଲୋକ ଚେଷ୍ଟା କରିଥିଲେ। ଯୁବକର ପରିବାର ଲୋକ ପୋଲିସକୁ ଦୁର୍ବ୍ୟବହାର କରିବା ସହ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଯୁବକର ପରିବାର ଲୋକ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ଏତେମାତ୍ରାରେ ଥିଲା ଯେ ଜଣେ ଡିଏସପି ଓ ଏସଡିପିଓ ବୁଝାଇଥିଲେ ମଧ୍ୟ କିଛି ଲାଭ ହୋଇନଥଲା। ଯୁବକର ମେଡିକାଲ ଚେକଅପ ରିପୋର୍ଟ ପରିବାର ଲୋକ ଚିରିଦେଇଥିବା ପୋଲିସ କହିଛି। ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ବେଶ ଉତ୍ତେଜନା ଲାଗି ରହିଥିଲା। ପରେ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପହଞ୍ଚି ଯୁବକ ଓ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ନେଇଯାଇଥିଲେ। ଏକ୍ସପୋରେ ଅସଦାଚରଣ କରିଥିବା ଯୁବକ ସହଦେଵଖୁଣ୍ଟା ଅଞ୍ଚଳର ସଦାଶିବ ସାହୁଙ୍କ ପୁଅ ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.