ବାଲେଶ୍ବର: ପାଖରେ ଅଛି ପାଞ୍ଚବର୍ଷ ବିଧାୟକ ଭାବରେ କାମ କରିବାର ଅଭିଜ୍ଞତା। ପୁଣିଥରେ ତାଙ୍କ ଉପରେ ଭରଷା କରିଛି ଦଳ। ରେମୁଣାରେ ଏଥର ବି ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାଶ । ଜବାବ ରଖିଛନ୍ତି ଆମ ପାଞ୍ଚଟି ପ୍ରଶ୍ନର ।
ଗୋପିନାଥ ମନ୍ଦିରରେ ଏକ ଅଡିଟୋରିୟମ କରିବାକୁ ସେ ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି । ଶିଳ୍ପସମୃଦ୍ଧ ଭାବରେ ରେମୁଣାକୁ ଗଢିତୋଳିବାକୁ ସ୍ବପ୍ନ ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନକୁ ସେ ତାଙ୍କ ସ୍ଲୋଗାନ ଭାବରେ ଗ୍ରହଣ କରିଥିବା କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ