ETV Bharat / city

ବାଲେଶ୍ବର : ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 11ବର୍ଷ ଜେଲ - ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ

ବାଲେଶ୍ବରର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଦୋଷୀକୁ ୧୧ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢ଼ନ୍ତୁ

ବାଲେଶ୍ବର : ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 11ବର୍ଷ ଜେଲ

author img

By

Published : Aug 3, 2022, 9:23 PM IST

ବାଲେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୧ ବର୍ଷ କାରାଦଣ୍ଡ ଦେଲେ ବାଲେଶ୍ବର ପୋକ୍ସୋ କୋର୍ଟ । ଏଥିସହ ଦୋଷୀ ଉପରେ ୧୪ ହଜାର ଟଙ୍କାର ଜରିମାନା ଏବଂ ଅନାଦେୟ ହେଲେ ଅଧିକ ୧ ବର୍ଷର ଜେଲ ଦଣ୍ତାଦେଶ ଦେଇଛନ୍ତି। ପୋକ୍ସୋ ଅଦାଲତର ବିଚାରପତି ରଞ୍ଜନ କୁମାର ସୂତାର ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ।

ବିଚାରପତିଙ୍କ ପକ୍ଷରୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ ନିମନ୍ତେ ରାୟରେ ଉଲ୍ଲେଖ ରହିଛି । ମାମଲା ଅନୁସାରେ, ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଜଣେ ନାବାଳିକା ସହ ଖନ୍ତାପଡ଼ା ଥାନା ଅଧୀନ ମହାରାଜପୁର ଗ୍ରାମର ଜଳଧର ସେଠୀ ୨୦୧୭ ମସିହା ଜୁଲାଇ ମାସ ୩ ତାରିଖରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାବାଳିକାର ବାପା ଓ ମାଆ ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଘଟାଇ ଥିଲା । ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀଙ୍କ ଦ୍ବାରା ବିଚାର କରାଯାଇଥିଲା । ସେଥିରେ ତତ୍କାଳୀନ ସ୍ଥାନୀୟ ସରପଞ୍ଚ ଏବଂ କେତେଜଣ ମୁଖିଆ ଶ୍ରେଣୀର ବ୍ୟକ୍ତିଙ୍କ ଉପସ୍ଥିତିରେ ଗ୍ରାମର କିଛି ଲୋକ ନାବାଳିକାଙ୍କ ବାପାକୁ ନିସ୍ତୁକ ମାଡ଼ ମାରି ଏକଥା ବାହାରକୁ ପ୍ରଘଟ ନକରିବା ପାଇଁ ଧମକ ଦେଇଥିଲେ । ପରେ ଏହି ସମ୍ପର୍କରେ ବାପା ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କେସ୍‌ ନମ୍ବର-୨୨୧/୧୭ରେ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ କେସ୍‌ ନମ୍ବର ୨୨୧/୧୭ ଏବଂ ସ୍ପେଶାଲ କେସ୍‌ ନମ୍ବର ୩୦୧/୧୭ ପୋକ୍ସୋ ଅଦାଲତରେ ଏହା ବିଚାରଧୀନ ଥିଲା । ମାମଲାରେ ବିଚାରପତି ସୂତାର ଅଭିଯୁକ୍ତ ଜଳଧର ସେଠୀକୁ ଧାରା ୩୭୬ରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପୋକ୍ସୋ ଅଦାଲତର ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ପ୍ରଣବ କୁମାର ପଣ୍ତା ଏହି ମୋକଦ୍ଦମା ପରିଚାଳନା କରୁଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.