ବାଲେଶ୍ଵର: ଟିକା ନେବାକୁ ଯାଇ ଦୁର୍ବ୍ୟବହାର ଶିକାର ହେଲେ ସାମ୍ବାଦିକ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଅଧିନ ନୀଳଗିରି ଅଞ୍ଚଳରେ । ସାମ୍ବାଦିକଙ୍କୁ ଟୀକା ପ୍ରଦାନ ପାଇଁ ଡାକି ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ସାମ୍ବାଦିକ ।ସୂଚନାନୁସାରେ ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରକାରୀ ଗ୍ରୁପରେ ସାମ୍ବାଦିକଙ୍କୁ ଟିକା ଦେବା ପାଇଁ ଚଳିତ ମାସ 30 ଓ 31 ତାରିଖରେ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ପୂର୍ବରୁ ସୂଚନା ଦିଆଯଇଥିଲା ।
ସେହି ଅନୁସାରେ ଜୁଲାଇ 31ରେ ସାମ୍ବାଦିକ ଜଣକ ଟୀକାକରଣ କେନ୍ଦ୍ରକୁ ଯାଇ ଟୀକାକରଣ ନହେବାରୁ ଘରକୁ ଫେରି ଆସିଥିଲେ । ଆଜି (ରବିବାର) ମଧ୍ୟ ନୀଳଗିରି ଆଞ୍ଚଳର କିଛି ସାମ୍ବାଦିକ ଟୀକାକରଣ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ କମ୍ପୁଟରରେ ନିଜ ଆଧାରକାର୍ଡକୁ ଏଣ୍ଟ୍ରି କରିବା ବେଳେ ଆଧାରକାର୍ଡ ଏଣ୍ଟ୍ରି ନନେବାରୁ ପୁଣି ଭୋଟର କାର୍ଡ ଏଣ୍ଟ୍ରି କରିଥିଲେ, ଫଳସ୍ବରୁପ ସମ୍ମୁଖ ଯୋଦ୍ଧା ସୁବିଧା ମଧ୍ୟ ନେଉନଥିବା ଦେଖିବାକୁ ମିଳିଥିଲା ।
ଏନେଇ କାର୍ଯ୍ୟରତ ଟେକ୍ନିସିଆନ ସଭିଙ୍କୁ ସିନିଅର ସିଟିଜେନ ଅପ୍ସନ ଚୟନ କରିବା ପାଇଁ କହିଥିଲେ । କିନ୍ତୁ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ମେଡିକାଲ ପ୍ରୋଗ୍ରାମ ଅଫିସର ବିଶ୍ଵଜିତ ଦାସ ଓ ଟେକ୍ନିସିଆନ ପ୍ରହ୍ଲାଦ ଗିରି ସେଠାରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଦୂର୍ବବାହାର କରିବା ସହ ଟୀକାକରଣ କେଦ୍ର ଛାଡିଚାଲିଯିବାକୁ କହିଥିଲେ । ଏହାକୁ ନେଇ ନୀଳଗିରି ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ