ETV Bharat / city

ବିବାହରେ ବାଧା ହେଲା ଜାତିପ୍ରଥା, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା - ବାଲେଶ୍ବର

ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗ୍ରାମରେ। ଅଧିକ ଖବର ପଢନ୍ତୁ...

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
author img

By

Published : Jan 27, 2020, 9:40 PM IST

ବାଲେଶ୍ବର: ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗ୍ରାମରେ। ଅଭିଯୋଗ ଅନୁସାରେ, ଚକବ୍ରହ୍ମ ଗ୍ରାମର ଜଣେ ଯୁବତୀଙ୍କ ସହ କୁହ୍ଲା ଗ୍ରାମର ଅଶୋକ ନାୟକଙ୍କ ମଧ୍ୟରେ ଛଅ ମାସ ଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ବିବାହରେ ଜାତିପ୍ରଥା ବାଧକ ସାଜିଥିଲା।

ବିବାହରେ ବାଧା ହେଲା ଜାତିପ୍ରଥା, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପରେ ଅଶୋକ ଉକ୍ତ ଯୁବତୀଙ୍କୁ ଗୁଜୁରାଟ ନେଇ ସେଠାରେ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗୁଜୁରାଟ ଯିବା ପରେ ଅଶୋକ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗୁଜୁରାଟରେ ପାଞ୍ଚମାସ ରହିବା ପରେ ଅଶୋକ ତାଙ୍କୁ ସେଠାରେ ଛାଡି ବାଲିଆପାଳ ପଳାଇ ଆସିଥିଲେ।

ସେଠାରୁ ଯୁବତୀ ଜଣଙ୍କ ବାଲିଆପାଳ ଆସି ଥାନାରେ ଅଭିଯୋଗ କରିଥିଲେ। ଥାନାରେ ତାଙ୍କୁ ନ୍ୟାୟ ନମିଳିବାରୁ ଶେଷରେ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି। ପ୍ରେମିକ ଅଶୋକଙ୍କ ଘରେ ତାଲା ପଡ଼ିଥିବା ବେଳେ ନ୍ୟାୟ ନମିଳିଲେ ପ୍ରେମିକ ଘର ଆଗରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ପ୍ରେମିକା ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗ୍ରାମରେ।
ଅଭିଯୋଗ ଅନୁସାରେ, ଚକବ୍ରହ୍ମ ଗ୍ରାମର ମମତା ଜେନାଙ୍କ ସହ କୁହ୍ଲା ଗ୍ରାମର ଅଶୋକ ନାୟକ ମଧ୍ୟରେ ଛଅ ମାସଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ବିବାହରେ ଜାତିପ୍ରଥା ବାଧକ ସାଜିଥିଲା। ପରେ ଅଶୋକ ମମତାଙ୍କୁ ଗୁଜୁରାଟ ନେଇ ସେଠାରେ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗୁଜୁରାଟ ଯିବା ପରେ ଅଶୋକ ମମତାଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଗୁଜୁରାଟରେ ପାଞ୍ଚମାସ ରହିବା ପରେ ଅଶୋକ ମମତାଙ୍କୁ ସେଠାରେ ଛାଡି ବାଲିଆପାଳ ପଳାଇ ଆସିଥିଲେ। ସେଠାରୁ ମମତା ବାଲିଆପାଳ ଆସି ଥାନାରେ ଅଭିଯୋଗ କରିଥିଲେ। ଥାନାରେ ମମତାଙ୍କୁ ନ୍ୟାୟ ନମିଳିବାରୁ ଶେଷରେ ମମତା ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି। ପ୍ରେମିକ ଅଶୋକଙ୍କ ଘରେ ତାଲା ପଡ଼ିଥିବା ବେଳେ ନ୍ୟାୟ ନମିଳିଲେ ମମତା ଅଶୋକଙ୍କ ଘର ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.