ବାଲେଶ୍ବର: ସ୍ବାବଲମ୍ବୀ କରିଛି ପାମୋଲିନ । ୪ ଏକର ଜମିରେ ପାମୋଲିନ ଚାଷ କରି ବେଶ ଲାଭବାନ ହୋଇଛନ୍ତି ବାଲେଶ୍ଵରର ପ୍ରଶାନ୍ତ ନାୟକ । ୮୦ ଦଶକରେ ବାଣିଜ୍ୟ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରି ଚାକିରୀ ପଛରେ ଗୋଡାଇ ନଥିଲେ । ବରଂ ନିଜେ କେମିତି ସ୍ବାବଲମ୍ବୀ ହେବେ ସେହି ଆଡକୁ ମନ ବଳାଇ ଆଜି ସେ ପାଇଛନ୍ତି ଅନନ୍ୟ ପରିଚୟ । ପାଠ ପଢା ସରିବା ପରେ ସେ ନିଜ ଗାଁ ଦଇପୁରରେ ସରକାର ଯୋଗାଇ ଦେଇଥିବା ପାମ ଗଛ ଆଣି ରୋପଣ କରିଥିଲେ । ଏବେ ପ୍ରାୟ ୨ ଶହରୁ ଅଧିକ ପାମ ଗଛ ଲାଗିଛି ପ୍ରଶାନ୍ତଙ୍କ ବାଡିରେ । ଆଉ ତାଙ୍କ ଠାରୁ ବିଭିନ୍ନ କମ୍ପାନୀମାନେ ନେଉଛନ୍ତି ପାମ ମଞ୍ଜି । ବର୍ଷକୁ ଗୋଟିଏ ଗଛରୁ ତିନିଥର ଫଳ ବାହାରୁଛି। ଆଉ କୁଇଣ୍ଟାଲ ପିଛା ୮ଶହରୁ ୯ ଶହ ଟଙ୍କାରେ କମ୍ପାନୀକୁ ବିକ୍ରି କରି ମାସିକ ଭଲ ରୋଜଗାର କରିପାରୁଛନ୍ତି ପ୍ରଶାନ୍ତ ।
ପାମୋଲିନ ଚାଷ କରି ପ୍ରଶଂସିତ ପ୍ରଶାନ୍ତ - balesore update news
କୌଣସି କାମ କେବେ ଛୋଟ ନୁହେଁ, ବରଂ କୌଣସି କାମ ମନ ଲଗେଇ କଲେ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିବ। ସେହିପରି ୮୦ଦଶକରେ ବାଣିଜ୍ୟ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରି ମଧ୍ୟ ଚାକିରୀ ପଛରେ ନ ଗୋଡ଼ାଇ ନିଜେ କେମିତି ସ୍ୱାବଲମ୍ବୀ ହେବେ, ସେହି ଆଡକୁ ମନ ବଳାଇ ଆଜି ସେ ପାଇଛନ୍ତି ଏକ ଅନନ୍ୟ ପରିଚୟ। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଦଇପୁର ଗ୍ରାମର ପ୍ରଶାନ୍ତ ନାୟକଙ୍କ କଥା ।