ETV Bharat / city

ଶୋଇଥିଲେ ବୃଦ୍ଧ, ଶାବଳ ମାରି ହତ୍ୟା କଲେ ଦୁର୍ବୃତ୍ତ

author img

By

Published : Apr 14, 2022, 12:31 PM IST

ବାଲେଶ୍ବର ଜିଲ୍ଲା ରେମୁଣା ଥାନା ନିକଟ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଶୋଇଥିବା ଅବସ୍ଥାରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଶାବଳରେ ବୃଦ୍ଧଙ୍କୁ ଆକ୍ରମଣ, ହତ୍ୟା ଅଭିଯୋଗ ଆଣିଲା ପରିବାର

ବାଲେଶ୍ବର: ଜିଲ୍ଲା ରେମୁଣା ଥାନା ଅଧୀନ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସହିତ ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ଲାଗିଥିବା ଦେଖିବାକୁ ମିଳିଛି ।

ଶୋଇଥିଲେ ବୃଦ୍ଧ, ଶାବଳ ମାରି ହତ୍ୟା କଲେ ଦୁର୍ବୃତ୍ତ

ଏହି ହତ୍ୟା ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମୃତଦେହକୁ ଦେଖିବା ପାଇଁ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା । ଏହାପରେ ମୃତକଙ୍କ ପରିବାର ପକ୍ଷରୁ ରେମୁଣା ଥାନାକୁ ଖବର ଦିଆଯାଇଥିଲା । ମୃତକଙ୍କ ଜଣକ ସ୍ଥାନୀୟ ଅଞ୍ଚଳର ରଘୁନାଥ ଜେନା ବୋଲି ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ରେମୁଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କ୍ବାର୍ଡ ପହଞ୍ଚିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.