ବାଲେଶ୍ଵର: ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଶୁଳ ଗ୍ରାମରେ । ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ରାଇବାଣିଆ ଥାନା କାଳୀକ ଗ୍ରାମର ବିଶ୍ବମ୍ବର ବେହେରା । ନିଜ ସ୍ତ୍ରୀ ସହ ଯୁବକର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଅଭିଯୁକ୍ତ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି ।
ମୃତକ ହେଲେ ରାଇବଣିଆ ଥାନା ମାଙ୍କିଡ଼ିଆ ଅଞ୍ଚଳର ପ୍ରଶାନ୍ତ ଦାସ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବାବେଳ ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ