ବାଲେଶ୍ଵର: ଜିଲ୍ଲା ନୀଳଗିରିର ସଜନାଗଡ ଅଞ୍ଚଳରେ ଜ୍ୟୋତିଷ୍କର ମହାପାତ୍ରଙ୍କ ଘର ଛାତ ଉପରେ ଉଡୁଥିବା ଜାତୀୟ ପତାକାକୁ ନେଇ ଦେଖା ଦେଇଛି ବିବାଦ ।
ତେବେ ବିବାଦ ଆରମ୍ଭ ହୋଇଥିଲା ଗତ ମାସ 22 ତାରିଖରେ । ଉଡୁଥିବା ତ୍ରିରଙ୍ଗାକୁ ନେଇ ଆଇନ କଣ ରହିଛି ତାକୁ ନେଇ ଆରମ୍ଭ ହୋଇଥିଲା ତର୍କ ବିତର୍କ । ମାତ୍ର 23 ତାରିଖରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ପୋଲିସ ପଠାଇ ତିରଙ୍ଗା ଓହ୍ଲାଇ ଦେଇଥିଲେ ।
ଏ ଘଟଣା ସମ୍ପର୍କରେ ଜ୍ୟୋତିଷ୍କର ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ 24 ତାରିଖରେ ପୁଣି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜ୍ୟୋତିଷ୍କରଙ୍କ ଛାତ ଉପରେ ତ୍ରିରଙ୍ଗା ଉଡାଇଥିଲା । ଏମିତି ବିବାଦକୁ ନେଇ ଜ୍ୟୋତିଷ୍କର ମହାପାତ୍ର ତାଙ୍କ ବାସଭବରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ତହସିଲଦାରଙ୍କ ଏତାଦୃଶ କାର୍ଯ୍ୟ ଦେଶଦ୍ରୋହ ବୋଲି କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଏହାସହ ଆଗାମୀ 7 ଦିନ ଭିତରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ତହସିଲଦାରଙ୍କ ଉପରେ ଜ୍ୟୋତିଷ୍କର ମାନହାନି ମକଦ୍ଦମା କରିବା ନେଇ ଚେତାବନୀ ଦେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ