ବାଲେଶ୍ବର: ଜିଲ୍ଲାର ଖଇରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମର ଶିକାର ହେବା ପରେ ଏବେ 6 ମାସର ଗର୍ଭବତୀ ଅଭିଯୋଗ । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ମୁତାବକ, ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଶରତ ଗାଁ ପ୍ରଦୀପ ସେଠୀ ନାମକ ଯୁବକ ସମ୍ପର୍କୀୟ ଝିଆରିକୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ନାବାଳିକା ଅନ୍ତସତ୍ତ୍ବା ହେବା ପରେ ପ୍ରଦୀପଙ୍କୁ ବିବାହ କରିବା କଥା କହିଥିଲେ । ଅଭିଯୁକ୍ତ ଯୁବକ ବିବାହ କରିବା ପରିବର୍ତ୍ତେ ଗର୍ଭପାତ କରିବାକୁ ବାଧ୍ୟ କରାଇଥିଲେ ।
ଏଥିରେ ପୀଡିତା ଅରାଜି ହେବାରୁ ପ୍ରଦୀପ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ବର୍ତ୍ତମାନ ନାବାଳିକା ଜଣଙ୍କ 6 ମାସର ଗର୍ଭବତୀ ହୋଇଥିବା ବେଳେ ଭାଇ ଓ ଭାଉଜଙ୍କୁ ସମସ୍ତ ଘଟଣା ଜଣାଇ ଥାନାରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ପ୍ରଦୀପ ଫେରାର ଥିବା ଜଣାପଡିଛି । ପୋଲିସ ପ୍ରଦୀପର ବାପାକୁ ଅଟକ ରଖି ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରୁଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ