ETV Bharat / city

ବାଲେଶ୍ବରରୁ ପୁଳା ପୁଳା ନକଲି ସିମ୍‌ ଜବତ, 3 ଗିରଫ

ନକଲି ସିମ କାରବାର ଅଭିଯୋଗରେ ୩ ଜଣ ଗିରଫ କଲା ବାଲେଶ୍ବର ସାଇବର ଥାନା ପୋଲିସ । ଅଧିକ ପଢନ୍ତୁ

ନକଲି ସିମ କାରବାର ଅଭିଯୋଗରେ ୩ ଗିରଫ
ନକଲି ସିମ କାରବାର ଅଭିଯୋଗରେ ୩ ଗିରଫ
author img

By

Published : Apr 17, 2022, 7:07 AM IST

ବାଲେଶ୍ବର: ନକଲି ସିମ କାରବାର ଅଭିଯୋଗରେ ୩ ଜଣ ଗିରଫ । ଅନ୍ୟଜଣଙ୍କ ନାରେ ସିମ ଆକ୍ଟିଭେଟ୍‌ କରି ନିଜେ ବ୍ୟବହାର କରିବା ସହିତ ବାହାରକୁ ସପ୍ଲାଏ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କଲା ବାଲେଶ୍ବର ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ସୁମିତ ସାଗର ପାତ୍ର ଓରଫ୍‌ ଲିପୁ, ସିଂଲା ଥାନା ଅଞ୍ଚଳର ଗୁରୁପଦ ବେହେରା ଓରଫ୍‌ ବାପି ଏବଂ ବାଲିଆପାଳ ଥାନା ବାଲିକୁଟି ଅଞ୍ଚଳର ଦୀପକ କୁମାର ଜେନା ।

ନକଲି ସିମ କାରବାର ଅଭିଯୋଗରେ ୩ ଗିରଫ

ସୂଚନାଅନୁଯାୟୀ ଅଭିଯୁକ୍ତ ମାନେ ବେଆଇନ ଭାବେ ଜଣଙ୍କ ନାମରେ ଆକ୍ଟିଭେଟ୍‌ ହୋଇଥିବା ସିମ୍‌କୁ ଅନ୍ୟ ଜଣଙ୍କ ନାମରେ ରେଜିଷ୍ଟ୍ରେସନ୍‌ କରାଇବା ଏବଂ ଏହି ସିମ୍‌କୁ ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ପାଇଁ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ । ଏନେଇ ପୋଲିସ ଖବର ପାଇ ସହଦେବଖୁଣ୍ଟା ଅଞ୍ଚଳରେ ଚଢ଼ାଉ କରିଥିଲା । ଏକ ଭଡ଼ା ଘରେ ରହିଥିବା ସିମ୍‌ ଗୁଡ଼ିକୁ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାସହ ୧୯୮୨ଟି ସିମ୍‌, ଦୁଇଟି ଲାପଟପ୍‌, ୯ଟି ମୋବାଇଲ୍‌ ଜବତ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.