ETV Bharat / city

ବାଲେଶ୍ବରରେ ପରାଜୟ ପରେ ମାନସଙ୍କ ମନ୍ଥନ, କଂଗ୍ରେସର ଭୋଟ ହୋଇଛି ଟ୍ରାନ୍ସଫର୍‌ - ସଦର ଉପନିର୍ବାଚନ

ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ଠାରୁ ପରାଜିତ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ୍ତ । କଂଗ୍ରେସର ଭୋଟ ସ୍ଥାନାନ୍ତର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମାନସ । ଅଧିକ ପଢନ୍ତୁ...

ବାଲେଶ୍ବରରେ ପରାଜୟ ପରେ ମାନସଙ୍କ ମନ୍ଥନ, କଂଗ୍ରେସର ଭୋଟ ହୋଇଛି ଟ୍ରାନ୍ସଫର୍‌

author img

By

Published : Nov 10, 2020, 9:53 PM IST

ବାଲେଶ୍ଵର: ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ଠାରୁ ପରାଜିତ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ମାନସ ସମୁଦାୟ 69,954 ଖଣ୍ଡ ଭୋଟ ପାଇଥିବା ବେଳେ ଏହା ବାଳେଶ୍ବରବାସୀଙ୍କ ଆଶୀର୍ବାଦ ବୋଲି ସେ କହିଛନ୍ତି ।

ବାଲେଶ୍ବରରେ ପରାଜୟ ପରେ ମାନସଙ୍କ ମନ୍ଥନ, କଂଗ୍ରେସର ଭୋଟ ହୋଇଛି ଟ୍ରାନ୍ସଫର୍‌

ଅମନ୍ୟପକ୍ଷେ ବାଲେଶ୍ବରେ ବିଜୟ ନୂତନ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାନସ । ସେ କହିଛନ୍ତି ଯେ ଆଗକୁ ବାଲେଶ୍ବାରବାସୀଙ୍କ ହକ୍‌ ପାଇଁ ଲଢେଇ ଜାରି ରଖିବେ । ତାଙ୍କୁ ଯେତିକି ଭୋଟ ମିଳିବା କଥା ମିଳିଛି । ହେଲେ କଂଗ୍ରେସର ଭୋଟ ସ୍ଥାନାନ୍ତର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମାନସ । ତେବେ ସମୀକ୍ଷା ପରେ ଏ ବିଷୟରେ ଜଣାପଡିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସଦର ଉପନିର୍ବାଚନରେ ବାଜିଗର ହୋଇଛନ୍ତି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । 25 ରାଉଣ୍ଡ ଗଣତି ପରେ ସ୍ବରୂପ ସମୁଦାୟ 82,810 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ 13, 395 ଖଣ୍ଡ ଭୋଟରେ ହରାଇ ସଦର ନିର୍ବାଚନ ମଣ୍ଡଳୀ ଦଖଲ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.