ବାଲେଶ୍ବର: ଜିଲ୍ଲା ବାଲିଆପାଳ ଥାନା ଅଧୀନ ଜାଠିଆ ଗ୍ରାମରେ ଏକ ଅଭାବନୀୟ ଘଟଣା । ଗ୍ରାମର ଦୁବାଇ ସୋରେନଙ୍କ 4 ବର୍ଷର ଶିଶୁ ପୁତ୍ର ପୋଖରୀରେ ପଡି ମୃତ୍ୟୁ ହୋଇଛି ।
ତେବେ ପରିବାର ଲୋକ କାମରେ ବ୍ୟସ୍ତ ଥିବାବେଳେ ଶିଶୁପୁତ୍ରଟି ନିକଟରେ ଥିବା ଏକ ପୋଖରୀକୁ ଚାଲି ଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ନିକଟରେ ଥିବା ଏକ ପୋଖରୀରୁ ଶିଶୁକୁ ଉଦ୍ଧାର କରିଥିଲେ ।
ଏହାପରେ ତାକୁ ବାଲିଆପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଶିଶୁକୁ ମୃତ୍ୟୁ ଘୋଷଣା କରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ