ବାଲେଶ୍ବର: ବାଲେଶ୍ଵର ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିଛନ୍ତି । ବାଲେଶ୍ଵରର 8ଟି ଜାଗାରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ପାଇଁ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ନିଜ ଅଭିଭାଷଣରେ କହିଛନ୍ତି ଯେ, ମାଗଣା କୋଭିଡ ଚିକିତ୍ସା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ବାଲେଶ୍ଵରବାସୀଙ୍କ ପାଇଁ ଅନେକ ସ୍ନେହ ରହିଛି । ସେଥିପାଇଁ ବାଲେଶ୍ଵର ଯାଇଥିଲେ ଆପଣମାନେ ଆସିଥାନ୍ତେ କିନ୍ତୁ ମୁଁ ଚାହେଁନି କାହାକୁ ବି କୋରୋନା ସଂକ୍ରମଣ ହେଉ ।
କୋରୋନା ସଂକ୍ରମଣ କମିଲେ ବାଲେଶ୍ଵର ଆସିବାର ପ୍ରତିଶୃତି ଦେଲେ ନବୀନ । ବସ୍ତି ଲୋକଙ୍କ ସୁବିଧା ଉପରେ ଦେଲେ ଜୋର । ବସ୍ତି ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ବାଲେଶ୍ୱରକୁ ଏକ ନୂତନ ବାଲେଶ୍ଵର ଭାବେ ଦେଖିବାକୁ ଚାହୁଁଛି । ବସ୍ତିରେ ପକ୍କା ଘର, ଜମିକୁ ପାଣି, ଗାଁକୁ ରାସ୍ତା ଆଦି ଉପରେ ସ୍ୱତନ୍ତ୍ର ଫୋକସ ରହିବ । ମୁଁ ସବୁବେଳେ ଆପଣଙ୍କ ସହ ଅଛି, ବାଲେଶ୍ଵର ଆସିଲେ ଫକୀର ମୋହନଙ୍କ କଥା ମନେ
ପଡେ । ସେ ମୋର ପ୍ରିୟ ଲେଖକ । କୋଭିଡ ସଂକ୍ରମଣକୁ ଆଖିରେ ରଖି ମତଦାନ ପାଇଁ ଯାଆନ୍ତୁ ।
ଆପଣଙ୍କ ଜୀବନ ରକ୍ଷା ମୋର ଦାୟିତ୍ୱ । ଆଉ 3 ବର୍ଷ ମଧ୍ୟରେ ବହୁ ବିକାଶ କାର୍ଯ୍ୟ ହେବ । ମୁଁ ନିଜେ ଯିବି ଓ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ନବୀନ କହିଛନ୍ତି ।
ଶେଷରେ ବାଲେଶ୍ବରର ସ୍ବାଭିମାନ ଓ ରାଜ୍ୟର ପ୍ରଗତିଧାରାକୁ ଆହୁରି ମଜବୁତ କରିବା ପାଇଁ ବିଜେଡିକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ କହି ଅଭିଭାଷଣ ଶେଷ କରିଥିଲେ ନବୀନ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ