ETV Bharat / city

ରେମୁଣା ବିଧାୟକଙ୍କ ବିରୋଧରେ ଅଭିଯୋଗ, ବିଜେପିର ଇସ୍ତଫା ଦାବି

ବାଲେଶ୍ଵର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି। ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ନାମରେ ଥିବା ନିଗମାନନ୍ଦ ଆସୋସିଏଟରେ କୃଷି ଯନ୍ତ୍ରପାତି ବିକ୍ରି କରାଯାଉଛି। ଅଧିକ ପଢ଼ନ୍ତୁ...

ରେମୁଣା ବିଧାୟକଙ୍କ ବିରୋଧରେ ଅଭିଯୋଗ, ବିଜେପିର ଇସ୍ତଫା ଦାବି
ରେମୁଣା ବିଧାୟକଙ୍କ ବିରୋଧରେ ଅଭିଯୋଗ, ବିଜେପିର ଇସ୍ତଫା ଦାବି
author img

By

Published : Mar 14, 2021, 8:42 PM IST

Updated : Mar 15, 2021, 9:10 AM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି। ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ନାମରେ ଥିବା ନିଗମାନନ୍ଦ ଆସୋସିଏଟରେ କୃଷି ଯନ୍ତ୍ରପାତି ବିକ୍ରି କରାଯାଉଛି। ତେବେ କୃଷି ଯନ୍ତ୍ରପାତି ପାଇବାକୁ ହକଦାର ହିତାଧିକାରୀଙ୍କ ବଦଳରେ ଆଦିବାସୀ ଓ ହରିଜନଙ୍କ ନାମରେ ବିକ୍ରି କରାଯାଉଛି। ଏହାର ସବସିଡି ସିଧାସଳଖ ବାଟମାରଣା କରାଯାଉଥିବା ଅଭିଯୋଗ ଆଣିଛି ବିଜେପି।

ରେମୁଣା ବିଧାୟକଙ୍କ ବିରୋଧରେ ଅଭିଯୋଗ, ବିଜେପିର ଇସ୍ତଫା ଦାବି

ଖାଲି ସିତିକି ନୁହେଁ ସବସିଡି ମିଳିବା ପରେ ଉକ୍ତ କୃଷି ଯନ୍ତ୍ରପାତି ବା ହାର୍ଭେସ୍ଟର ପୁଣି ଥରେ ବିକ୍ରି କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାର ସମସ୍ତ ତଥ୍ୟ ପ୍ରମାଣ ରଖିଥିବା କହିଛି ବିଜେପି। ସବସିଡି ପାଇବା ପାଇଁ କିଛି ଆଦିବାସୀ ଓ ହରିଜନଙ୍କୁ ଟାର୍ଗେଟ କରାଯାଉଛି। ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସବସିଡ଼ି ଆସିବା ପରେ ସେ ଟଙ୍କା ଚଳୁ କରାଯାଉଛି।

ଗତ 3 ବର୍ଷ ଭିତରେ ବିଧାୟକ ଏମିତି 9 କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଏ ସମସ୍ତ କାର୍ଯ୍ୟରେ ଦୁଇଜଣ ମଧ୍ୟସ୍ତି କାମ କରୁଛନ୍ତି। ପାଖାପାଖି 150 ଲୋକଙ୍କ ନାଁରେ ମିଛ କୃଷି ଯନ୍ତ୍ରପାତି ବିକ୍ରି କରିବା ପରେ ସବସିଡି ବାଟମାରଣା କରାଯାଇଥିବା ବିଜେପି କହିଛି। ଏନେଇ ଭିଜିଲାନ୍ସ ଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପାଖରେ ଅଭିଯୋଗ କରାଯାଇଛି। ହେଲେ କୌଣସି ସୁଫଳ ମିଳିନି। ଏହା ରାଜ୍ୟ ସରକାରଙ୍କ ସ୍ଵଚ୍ଛତା ଉପରେ ଆଙ୍ଗୁଳି ଉଠାଉଛି ବୋଲି କହିଛି ବିଜେପି।

ଏଥିରେ ଜିଲ୍ଲା କୃଷି ବିଭାଗ ମଧ୍ୟ ସାମିଲ ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। ବିଧାୟକଙ୍କ ଏଭଳି କାର୍ଯ୍ୟ ପାଇଁ ସେ ତୁରନ୍ତ ଇସ୍ତଫା ଦଅନ୍ତୁ ଓ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି।

ଅନ୍ୟପଟେ ବିଧାୟକ ଶୁଧାଂଶୁ ଶେଖର ପରିଡାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, "କିଛି ବଡ଼ବଡ଼ ନେତା ହଜାର ହଜାର କୋଟି ଟଙ୍କା ଚଳୁ କରି ବସିଛନ୍ତି। ସବସିଡି ବାଟମାରଣା କଥା ସେ ଜାଣି ନଥିବା ବେଳେ 3 ବର୍ଷ ହେଲା ସମ୍ପୃକ୍ତ ବେପାରରୁ ସେ ଦୁରେଇ ରହିଛି। ସବସିଡି ବାଟମାରଣା କଥା ମୁଁ ଜାଣି ନାହିଁ। 3 ବର୍ଷ ହେଲା ଏହି ବ୍ୟବସାୟରୁ ମୁଁ ଦୂରେଇ ରହିଛି। ଏହି ଘଟଣାକୁ ନେଇ ବିଜେଡି ଦଳର ଜଣେ ଯୁବନେତା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଇନ ଅନୁଯାୟୀ ଯାହା ନିଷ୍ପତ୍ତି ହେବ ତାହା ଗ୍ରହଣ କରିବି।"

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 15, 2021, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.