ବାଲେଶ୍ବର: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଜେଡିର ବରିଷ୍ଠ ନେତା ଅରୁଣ ଦେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଧାନ କିଣାକୁ ରାଜନୀତିରେ ରୂପାନ୍ତର କରାଯାଉଥିବା କହି ସେ ସରକାରଙ୍କ ଉପରେ ବର୍ଷିଛନ୍ତି ।
ବାଲେଶ୍ବର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 13 ଲକ୍ଷ 19 ହଜାର 750 କ୍ବିଣ୍ଟାଲ ଧାନ କିଣାଯାଇଛି । 17 ଲକ୍ଷ 17 ହଜାର କ୍ବିଣ୍ଟାଲ କିଣିବା ସ୍ଥାନରେ ଅଧିକ ଟାର୍ଗେଟ ଦିଆଯାଉନଥିବାରୁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାଁନ୍ତି । ଯାହାକୁ ନେଇ ଅରୁଣ ଦେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଥିଲେ । କେନ୍ଦ୍ର ସରକାର ଅରୁଆ ଭିତରେ ଚାଷୀଙ୍କୁ ପେଷି ପକାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ଅରୁଣ ଟାର୍ଗେଟ କରି କରିଥିଲେ । କେନ୍ଦ୍ରମନ୍ତ୍ରୀ କେବଳ ଧାନ ମଣ୍ଡିକୁ ଯାଇ ଯାତ୍ରା କରୁଛନ୍ତି। ସେ ଜଣେ ଭଲ କଳାକାର। ଯଦି ଚାଷୀଙ୍କ ପାଇଁ ତାଙ୍କର ଦରଦ ଅଛି ତେବେ ଉପଯୁକ୍ତ ଭାବେ ଧାନ କିଣିବାର ବ୍ୟବସ୍ଥା କରନ୍ତୁ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ