ETV Bharat / city

ସ୍ବାସ୍ଥ୍ୟସେବା ଯୋଗାଇବାରେ ସ୍ମାର୍ଟକାର୍ଡ ଫେଲ୍‌, ଚାଲିଗଲେ ରୋଗୀ

author img

By

Published : Dec 16, 2021, 9:04 PM IST

କାମରେ ଲାଗୁନି ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ । ଘରୋଇ ହସ୍ପିଟାଲ୍‌ରେ ସ୍ମାର୍ଟକାର୍ଡ ଦେଖାଇଲେ ମିଳୁନି ମାଗଣା ଚିକିତ୍ସା । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ପଳସା ପଳସା ପଞ୍ଚାୟତର ଅର୍ଜୁନପୁର ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟସେବା ଯୋଗାଇବାରେ ସ୍ମାର୍ଟକାର୍ଡ ଫେଲ୍‌, ଚାଲିଗଲେ ରୋଗୀ
ସ୍ବାସ୍ଥ୍ୟସେବା ଯୋଗାଇବାରେ ସ୍ମାର୍ଟକାର୍ଡ ଫେଲ୍‌, ଚାଲିଗଲେ ରୋଗୀ

ବାଲେଶ୍ୱର: କାମରେ ଲାଗୁନି ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ । ଘରୋଇ ହସ୍ପିଟାଲ୍‌ରେ ସ୍ମାର୍ଟକାର୍ଡ ଦେଖାଇଲେ ମିଳୁନି ମାଗଣା ଚିକିତ୍ସା । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ପଳସା ପଳସା ପଞ୍ଚାୟତର ଅର୍ଜୁନପୁର ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ଗାଁର ଚତୁର୍ଭୁଜ ଦାସ ବ୍ଲଡ଼ କ୍ୟାନ୍ସର ପୀଡ଼ିତ ହୋଇ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଉତ୍ତମ ଚିକିତ୍ସା ପାଇଁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚତୁର୍ଭୁଜଙ୍କୁ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ସମୟରେ ହସ୍ପିଟାଲର ନିୟମ ଅନୁଯାୟୀ ବଡ଼ପୁଅ ମହୀରଞ୍ଜନ ଦାସ ଅଗ୍ରୀମ ୨୦ ହଜାର ଟଙ୍କା ଜମା କରିଥିଲେ । ଚିକିତ୍ସା ଚାଲିଥିବା ବେଳେ ମଝିରେ ମଝିରେ ହସ୍ପିଟାଲ ପକ୍ଷରୁ ଅର୍ଥ ଦାବି କରାଯାଉଥିଲା । ସେଠାରେ ୭ ଦିନ ଚିକିତ୍ସା ପରେ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଜମା କରିବା ପାଇଁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ଏହାପରେ ମହୀରଞ୍ଜନ ରାଜ୍ୟ ସରକାରଙ୍କଠାରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦେଖାଇଥିଲେ । ମାତ୍ର କାର୍ଡ କାର୍ଯ୍ୟକାରୀ ନେଇ ହସ୍ପିଟାଲ ପକ୍ଷରୁ ମନା କରାଯାଇଥିବା ଅଭିଯୋଗ ହୋଇଛି ।

ଦୁଇଦିନ ପରେ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ହସ୍ପିଟାଲରୁ ସମ୍ପକୀୟଙ୍କୁ ସୂଚନା ଦିଆଯାଇଥିଲା । ଏମିତିକି ହସ୍ପିଟାଲ କର୍ତ୍ତୃପକ୍ଷ ବକେୟା ଟଙ୍କା ନ ଦେଲେ ମୃତଦେହ ଛାଡ଼ି ହେବନି ବୋଲି କହିଥିଲେ । ପରେ ପରିବାର ଲୋକେ ଧାର କରଜ କରି ହସ୍ପିଟାଲ୍‌ରେ ବକେୟା ଟଙ୍କା ଦେଇ ମୃତଦେହକୁ ଘରକୁ ଆଣିଥିଲେ । ବର୍ତ୍ତମାନ ବିଜୁ ସ୍ୱାସ୍ଥ୍ୟକାର୍ଡର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ସହ ଏହା କେଉଁଠି କାର୍ଯ୍ୟ କରିବ ଓ କେଉଁଠି କରିବ ନାହିଁ ତାହାକୁ ନେଇ ସୂଚନା ଦେବାର ଆବଶ୍ୟକତା ରହିଥିବା ଆଲୋଚନା ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.