ETV Bharat / city

ମହିଳା ପରିଦର୍ଶିକାଙ୍କ ବିକ୍ଷୋଭ, ୧୨ ବର୍ଷ ହେଲା ହେଉନି ସ୍ଥାୟୀ ପୋଷ୍ଟିଂ - ବାଲେଶ୍ବର ଅଙ୍ଗନବାଡ଼ି ପରିଦର୍ଶିକାଙ୍କ ବିକ୍ଷୋଭ

ଜିଲ୍ଲାରେ ଠିକା ମହିଳା ପରିଦର୍ଶିକାଙ୍କ ଚାକିରୀ ନିୟମିତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ...

ମହିଳା ପରିଦର୍ଶିକାଙ୍କ ବିକ୍ଷୋଭ, ୧୨ ବର୍ଷ ହେଲା ହେଉନି ସ୍ଥାୟୀ ପୋଷ୍ଟିଂ

author img

By

Published : Oct 25, 2021, 10:05 PM IST

ବାଲେଶ୍ଵର: ଜିଲ୍ଲାରେ ଠିକା ମହିଳା ପରିଦର୍ଶିକାଙ୍କ ଚାକିରୀ ନିୟମିତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକାଙ୍କ ଚାକିରୀକୁ ଏହାରି ମଧ୍ୟରେ 12 ବର୍ଷ ବିତିଗଲାଣି । ଏହାସତ୍ତ୍ବେ ଚାକିରୀ ନିୟମିତ କରାଯାଉନାହିଁ । ଯାହାକୁ ନେଇ ମହିଳାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମହିଳା ପରିଦର୍ଶିକାଙ୍କ ବିକ୍ଷୋଭ, ୧୨ ବର୍ଷ ହେଲା ହେଉନି ସ୍ଥାୟୀ ପୋଷ୍ଟିଂ

ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୦୮ ମସିହାରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଅନ୍ୟୁନ ୫ ବର୍ଷ ଅଭିଜ୍ଞତା ଥିବା ଅଙ୍ଗନବାଡି କର୍ମୀଙ୍କୁ ଠିକା ସୁପରଭାଇଜର୍ ପଦବୀରେ ନିଯୁକ୍ତି ଦେଇଥିଲେ । ଏହି କ୍ରମରେ ୫୫୭ ଜଣ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମୀଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା । ବର୍ତ୍ତମାନ ସେମାନଙ୍କର କାର୍ଯ୍ୟକାଳ ୧୨ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଚାକିରୀ ନିୟମିତ ହୋଇପାରିନାହିଁ ।

ଏହାକୁ ବିରୋଧ କରି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ମହିଳା ପରିଦର୍ଶିକା । ପରିଦର୍ଶିକାମାନେ ଦାବି ଗୁଡ଼ିକ ହେଉଛି, ଯେବେଠୁ ଚୁକ୍ତିଭିତ୍ତିକ ମହିଳା ପରିଦର୍ଶିକା ନିଯୁକ୍ତି ମିଳିଲା ସେହିଦିନରୁ ଚାକିରୀରେ ନିୟମିତ କରାଯାଉ, ସମାନ କାମକୁ ସମାନ ଦରମା ପ୍ରଦାନ, କରୋନାରେ ମୃତ୍ୟୁ ହୋଇଥିବା ସୁପରଭାଇଜର୍ ପରିବାରଙ୍କୁ ସରକାରଙ୍କ ଦ୍ବାରା ପ୍ରଦାନ ସମସ୍ତ ସୁବିଧା ଯୋଗାଇବା ସହ ଜଣକୁ ଚାକିରୀ ପ୍ରଦାନ କରାଯାଉ । ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.