ETV Bharat / city

ଦିନେ ସୁରକ୍ଷା ଓ ବୀରତ୍ୱର କଥା କହୁଥିଲା ବାଡିଖେଳ, ଆଜି ହଜିବାକୁ ବସିଛି

author img

By

Published : Oct 18, 2022, 2:08 PM IST

Updated : Oct 18, 2022, 5:20 PM IST

ବାଲେଶ୍ଵରର ପ୍ରସିଦ୍ଧ ବାଡିଖେଳ । ଇତିହାସ ସହ ଜଡ଼ିତ ହୋଇ ରହିଥିବା ଏହି ନିଆରା ପରମ୍ପରା ଏବେ ଲୋପ ପାଇବାକୁ ବସିଲାଣି । ସରକାରୀ ସ୍ତରରେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

badi khela losing its importance in balasore
ହଜି ଯାଉଛି ପାରମ୍ପରିକ ବାଡିଖେଳ, ସରକାରୀ ସହାୟତା ପାଇଁ ଦାବି

ବାଲେଶ୍ବର: ଇଂରେଜମାନଙ୍କ ବିରୋଧରେ ଲଢେଇ ପାଇଁ ସାରା ଭାରତରେ ବିଭିନ୍ନ କୌଶଳ ଅବଲମ୍ବନ କରାଯାଇଥିଲା । କେଉଁଠି ଧନୁତୀରର ବ୍ୟବହାର କରାଯାଉଥିଲା ତ ଆଉ କେଉଁଠି କେବଳ ବାଡ଼ି ସାହାଯ୍ୟରେ ଇଂରେଜ ବିରୋଧରେ ଲଢୁଥିଲେ ସଂଗ୍ରାମୀ । ଇଂରେଜମାନଙ୍କ ବିରୋଧରେ ଲଢ଼ିବା ତଥା ନିଜ ଅଞ୍ଚଳ ଓ ଦେଶର ସୁରକ୍ଷା କରିବା ପାଇଁ ବାଲେଶ୍ଵରରେ ଆରମ୍ଭ ହୋଇଥିଲା ଆଖଡ଼ା ଖେଳ ବା ବାଡିଖେଳ । ଯେଉଁ ବାଡିଖେଳ ପରମ୍ପରା ଆଜି ଧୀରେଧୀରେ ହଜିବାକୁ ବସିଛି । କେବଳ ବିଜୟାଦଶମୀରେ ଏହି ଖେଳ ଦେଖିବାକୁ ମିଳୁଛି ।

ଦିନେ ସୁରକ୍ଷା ଓ ବୀରତ୍ୱର କଥା କହୁଥିଲା ବାଡିଖେଳ, ଆଜି ହଜିବାକୁ ବସିଛି
ବାଲେଶ୍ଵର ଜିଲ୍ଲାର ଆଖଡ଼ା ଖେଳ ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜାର ଅଷ୍ଟମୀ ତିଥିରେ ବାଲେଶ୍ବର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରୁ ଆଖଡ଼ା ଦଳମାନେ ପାରମ୍ପରିକ ବସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ଧାରଣ କରି ଶୋଭାଯାତ୍ରାରେ ବାହାରିଥାନ୍ତି । କହିବାକୁ ଗଲେ ଆଖଡ଼ା ଖେଳ ଏକଦା ବାଲେଶ୍ଵର ଜିଲ୍ଲାର ଏକ ପୁରାତନ ଲୋକକଳା ଭାବେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବେଶ ପ୍ରସିଦ୍ଧିଲାଭ କରିଥିଲା । ଆବାଳବୃଦ୍ଧ ବନିତା ସମସ୍ତେ ଏଥିରେ ସାମିଲ ହେଉଥିଲେ । ତେବେ ଏହି ନିଆରା ପାରମ୍ପରିକ କଳା ପ୍ରତି ମଧ୍ୟ ଆଜି ବି ଲୋକଙ୍କ ମଧ୍ୟରେ ଆଦର ରହିଛି । ହେଲେ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏଥିପ୍ରତି ଆଗ୍ରହ ପ୍ରକାଶ ପାଉନଥିବା ଦେଖିବାକୁ ମିଳୁଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ୧୯୨୩ ମସିହାରେ ଏକ ସ୍ବତନ୍ତ୍ର ସେନା ଗଠନ କରିଥିଲେ। ୧୯୨୫ ମସିହାରେ ଏହାର ନାଁ ରଖିଥିଲେ ମହାବୀର ଆଖଡ଼ା ସଂଘ । ଯୁବପିଢ଼ିଙ୍କ ଶାରୀରିକ ଓ ମାନସିକ ବିକାଶ ସହ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ସଂଘ ଗଠନ କରାଯାଇଥିଲା। ଯେଉଁଠାରେ କୁସ୍ତି, କସରତ, ଦଣ୍ଡପ୍ରହାର, ତରବାରି ଚାଳନା, ବନାଟି, ଚର୍‌ଜି, ଫରି ଓ ଅନ୍ୟ ପାରମ୍ପରିକ ଖେଳ ଆଦି ପ୍ରଶିକ୍ଷଣ ଦିଆଯାଉଥିଲା ।

ଡ. ମହତାବଙ୍କ ଏହି ପ୍ରୟାସକୁ ସାକାର କରିବା ପାଇଁ ସର୍ଦ୍ଦାର ସୁରେନ୍ଦ୍ରନାଥ ଦାସ, ବିପିନ ବିହାରୀ ଦାସ, କୃଷ୍ଣପ୍ରସାଦ ମହାପାତ୍ର, ବିଶ୍ବନାଥ ହୋତା, ନନ୍ଦକିଶୋର ଦାସ, ଭୈରବ ଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର ମୋହନ ଦାସ, ନୀଳାମ୍ବର ଦାସ ଓ କରୁଣାକର ପାଣିଗ୍ରାହୀଙ୍କ ଭଳି ମହାନ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଥିଲେ। ଏହାକୁ ଶିଖାଇବା ପାଇଁ ପ୍ରଥମେ ଖୋର୍ଦ୍ଧା ଗଡ଼ରୁ ପ୍ରଶିକ୍ଷକ ଅଣାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଦଶହରାରେ ଜମିଲା ବାଡ଼ି ଖେଳ

ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସେମାନେ ଆତ୍ମରକ୍ଷା କୌଶଳ ଶିଖାଇଥିଲେ । ପରେ ସ୍ଥାନୀୟ ମାକଲପୁରର ବେଙ୍ଗ ସେଠୀ ନାମକ ଜଣେ ବ୍ୟକ୍ତି ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ଜମିଦାର ଏବଂ ରାଜାମାନେ ଏହି ପ୍ରଶିକ୍ଷଣ କଳା ଚାଲୁ ରଖିବା ନିମନ୍ତେ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ । ଧୀରେଧୀରେ ଯୁବଗୋଷ୍ଠୀଙ୍କ ଭିତରେ ଆଖଡ଼ା ଖେଳ ପ୍ରତି ଆଗ୍ରହ ବଢ଼ି ଚାଲିଲା ଏବଂ ବାଲେଶ୍ଵରରେ ଏହା ପ୍ରସାର ଲାଭ କଲା । ଏନେଇ ଆଖଡା ଖେଳ ଉପସଭାପତି କହିଛନ୍ତି, " ବାଡିଖେଳ ଆମ ପରମ୍ପରା ସହ ଜଡ଼ିତ। ସରକାରୀ ଦୃଷ୍ଟିରୁ ଅବହେଳା ଯୋଗୁଁ ଏହା ଲୋପ ପାଇବାକୁ ବସିଛି। ବର୍ତ୍ତମାନ ଆଖଡ଼ା ସଂଘ ଏକାଠି ହୋଇ ଏହାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି କରିଛି।"

ଶତାଧିକ ଆଖଡା ଦଳ ଏହି କଳା ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ବୀରତ୍ୱର ପ୍ରଦର୍ଶନ ପାଇଁ ଆଗ୍ରହ ଦେଖାଇଥିଲେ । ତେବେ ଗହ୍ମାପୁନେଇଁ ଠାରୁ ଆଖଡ଼ା ଦଳଗୁଡ଼ିକ ସେମାନଙ୍କ ଅସ୍ତ୍ରଶସ୍ତ୍ରକୁ ପୂଜାର୍ଚ୍ଚନା କରି ଆଖଡ଼ା ଅଭ୍ୟାସ ଆରମ୍ଭ କରିଥାନ୍ତି । ଦୁର୍ଗାଷ୍ଟମୀ(ବୀରାଷ୍ଟମୀ) ପୂଜାରେ ସମସ୍ତ ଦଳ ସହରର ମାକଲପୁର ସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣକୁ ଆସି ସଲାମି ଗ୍ରହଣ କରି ସହର ସାରା ଆଖଡ଼ା ପ୍ରଦର୍ଶନ ପାଇଁ ବାହାରିଥାନ୍ତି । ବିଜୟା ଦଶମୀରେ ଆଖଡା ଦଳ ପକ୍ଷରୁ ସହରର ସିନେମା ଛକରେ ଖେଳ ପ୍ରଦର୍ଶନ କରାଯାଇଥାଏ ।

ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଏବେ ଆଖଡ଼ା ଦଳ ସଂଖ୍ୟା କମିବାରେ ଲାଗିଛି । ସଂଘ ଦ୍ବାରା ପରିଚାଳିତ ବିଭିନ୍ନ ଦଳରେ ୩୦ରୁ ଅଧିକ ଆଖଡ଼ା ପ୍ରଶିକ୍ଷକ ରହିଛନ୍ତି । ସେମାନେ ସମସ୍ତେ ବୟସ୍କ ହୋଇଗଲେଣି । ଅବଶ୍ୟ ସରକାରୀ ସ୍ତରରେ ବାଡ଼ି ଖେଳ ପ୍ରତି ଏବେ ସହାୟତା ମିଳିବ ବୋଲି ଶୁଣିବାକୁ ମିଳୁଥିବାବେଳେ ତାହା କେବେ ଫଳପ୍ରଦ ହେବ ସେନେଇ ଆଶଙ୍କା ଭିତରେ ରହିଛନ୍ତି ଖେଳାଳି । ଏହି କଳାକୁ ବଞ୍ଚାଇ ରଖିବା ପାଇଁ ସବୁ ସ୍ତରରେ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Oct 18, 2022, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.