ବାଲେଶ୍ବର: ବସ୍ତା ଗହିରସିମୁଳି ଗ୍ରାମ ସମ୍ପୂର୍ଣ୍ଣ ରୂପେ ଜଳ ଘେରରେ ରହିଛି । ଖବର ପାଇ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କାର୍ଯ୍ୟକର୍ତ୍ତାଙ୍କ ସହିତ ଉକ୍ତ ଗ୍ରାମକୁ ଯାଇ ପ୍ରତି ଘର ଘର ବୁଲି ଦେଖିଛନ୍ତି ।
ସମସ୍ତଙ୍କ ଘରେ ବର୍ଷା ପାଣି ପଶିଥିବାର ପରିଲକ୍ଷିତ ହୋଇଛି । ଧାନ ଚାଉଳ ଓଦା ହୋଇଯାଇଛି । ମାଟି କାନ୍ଥ ଗଳି ପଡିଛି l ଏପରିସ୍ଥଳେ ସ୍ଥାନୀୟ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ।
ସାଂସଦ ନିଜେ ପ୍ରଭାବିତ ଲୋକଙ୍କୁ କିଛି ଶୁଖିଲା ଖାଦ୍ୟ ବିତରଣ କରିଛନ୍ତି । ଏହାସହ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଫୋନ ଯୋଗେ ଘଟଣାସ୍ଥଳକୁ ଆସି ଘଟଣାର ଅନୁଧ୍ୟାନ କରି ଦିନକ ଭିତରେ ପଲିଥିନ ଓ ଖାଦ୍ୟ ଯୋଗେଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ