ETV Bharat / city

ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର, ମୈଦାନରେ ହେଭିଓ୍ବେଟ

ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି । ମୈଦାନରେ ଦେଖିବାକୁ ମିଳିଲାଣି ହେଭିଓ୍ବେଟଙ୍କ ଭିଡ । ପଢନ୍ତୁ ଅଧିକ.....

ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର , ମୈଦାନରେ ହେଭିଓ୍ବେଟ

author img

By

Published : Oct 24, 2020, 7:22 PM IST

ବାଲେଶ୍ଵର: ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ଜିତାଇବା ପାଇଁ ରୂପସା ଠାରେ ହେଉଥିବା ଏକ ନିର୍ବାଚନୀ ସଭାରେ ସେ ଲୋକଙ୍କୁ ନିବେଦନ କରିଥିଲେ । ସେହିପରି ପ୍ରଚାର ଦୌଡରେ ପଛରେ ମଧ୍ୟ ନାହିଁ ବିଜେଡି । ଦଳର ମନ୍ତ୍ରୀମାନେ ବାଲେଶ୍ବରରେ ଡେରା ପକାଇବା ସହ ପ୍ରଚାରକୁ ଜୋରଦାର କରିଛନ୍ତି ।

ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର , ମୈଦାନରେ ହେଭିଓ୍ବେଟ

ବିଜେଡି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଶାଢ଼ୀ ଓ ଟଙ୍କା ବାଣ୍ଟୁଥିବା କେନ୍ଦ୍ରମନ୍ତ୍ରୀ ନିଜ ଅଭିଭାଷଣରେ ଅଭିଯୋଗ କରିବା ପରେ ଏହାକୁ ଖଣ୍ଡନ କରିଛି ବିଜେଡି । ଏବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେଡି କେବେ କୌଣସି ପ୍ରକାରର ଭୋଟରଙ୍କୁ ପ୍ରଭାବିତ କରିବାରେ ବିଶ୍ବାସ କରେ ନାହିଁ । ବିଜେଡି ସାଧାରଣ ଲୋକଙ୍କ ସହିତ ଅଛି ଓ ଲୋକଙ୍କର ବିଜେଡି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ତେଣୁ ଏ ଅଭିଯୋଗ ଭିତ୍ତିହୀନ ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି ।

ତେବେ ମତଦାନ ତାରିଖ ଯେତିକି ପାଖଉଛି ଜିଲ୍ଲାରେ ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢିବାରେ ଲାଗିଛି । ନେତା ମନ୍ତ୍ରୀଙ୍କ ଆରୋପ ପ୍ରତ୍ୟାରୋପ ସହ ଭୋଟରଙ୍କୁ ମଧ୍ୟ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.