ETV Bharat / city

ସଦର ଉପନିର୍ବାଚନ ପାଇଁ ସଜାଗ ବିଜେଡି, ରବୀନ୍ଦ୍ର ହେବେ କି ପ୍ରାର୍ଥୀ ?

ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ଉଷ୍ଣତା ବଢିଲାଣି। ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ନେତା ଓ ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ସଦର ଉପନିର୍ବାଚନ ପାଇଁ ଭିଡ଼ିଲାଣି ବିଜେଡି, ରବୀନ୍ଦ୍ର ହେବେ କି ପ୍ରାର୍ଥୀ ?

author img

By

Published : Sep 23, 2020, 3:56 PM IST

Updated : Sep 23, 2020, 5:15 PM IST

ବାଲେଶ୍ଵର: ଜିଲ୍ଲାର ସଦର ଉପନିର୍ବାଚନ ନେଇ ବିଭିନ୍ନ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ଦଳ ମଧ୍ୟ ଏଥିରୁ ବାଦ ପଡିନି। ଦଳର ବିଭିନ୍ନ ନେତା ଓ ବିଧାୟକକୁ ନେଇ ଆଲୋଚନା କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ।

ସଦର ଉପନିର୍ବାଚନ ପାଇଁ ସଜାଗ ବିଜେଡି, ରବୀନ୍ଦ୍ର ହେବେ କି ପ୍ରାର୍ଥୀ ?

ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା 3ଦିନ ଧରି ବାଲେଶ୍ବରର ସଦରର ବିଭିନ୍ନ ନେତା ଓ ଵିଧାୟକଙ୍କୁ ନେଇ ଘନଘନ ଆଲୋଚନା କରୁଛନ୍ତି। ନେତାମାନଙ୍କ ସମର୍ଥକମାନେ ମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛନ୍ତି। ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ଦଳ ଛାଡିବା କଥା ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ରବୀନ୍ଦ୍ର କହିଛନ୍ତି ‘ସେ ଦଳ ସହିତ ଥିଲେ ଓ ରହିବେ। ଦଳ ଯାହା ନିଷ୍ପତ୍ତି ନେବ ତାହା ସେ କାର୍ଯ୍ୟକାରୀ କରିବେ।’ ଏମିତିକି ସେ ପ୍ରାର୍ଥୀହେବା କଥାରେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନାହାଁନ୍ତି। ଅନ୍ୟପଟେ ରବିନ୍ଦ୍ରଙ୍କ ସମର୍ଥକମାନେ ପ୍ରାର୍ଥୀ ଭାବେ ରବିନ୍ଦ୍ରଙ୍କ ନାମ ମନୋନୀତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାସହ ଦଳ ଭିତରେ ଥିବା ପୁରୁଖା ନେତାମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି।

ସୂଚନା ଥାଉକି ରାଜ୍ୟର ଦୁଇ ବିଧାନସଭା ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାୟକଙ୍କ ବିୟୋଗ ଯୋଗୁଁ ବର୍ତ୍ତମାନ ଉଭୟ ଆସନ ଖାଲିପଡିଛି । ଉଭୟ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତ ସରଗରମ ହୋଇଉଠିଛି । ରାଜ୍ୟର ଶାସକ ବିଜେଡି ସହ ମୁଖ୍ୟ ବୋରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଏଠାରେ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Sep 23, 2020, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.