ETV Bharat / city

ନୃତ୍ୟ ଓ ଚିତ୍ରକଳାରେ ଅର୍ଘ୍ୟାସ୍ମୃତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ରାଜ୍ୟସ୍ତରୀୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ଵରର ଝିଅ ଅର୍ଘ୍ୟାସ୍ମୃତି ଦାସ । ଅଧିକ ପଢ଼ନ୍ତୁ...

ନୃତ୍ୟ ଓ ଚିତ୍ରକଳାରେ ଅର୍ଘ୍ୟାସ୍ମୃତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର
ନୃତ୍ୟ ଓ ଚିତ୍ରକଳାରେ ଅର୍ଘ୍ୟାସ୍ମୃତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର
author img

By

Published : Sep 28, 2021, 6:58 PM IST

ବାଲେଶ୍ବର: ରାଜ୍ୟସ୍ତରୀୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ଵରର ଝିଅ ଅର୍ଘ୍ୟାସ୍ମୃତି ଦାସ । ୧୩ବର୍ଷ ବୟସରେ ବିନା କୌଣସି ପ୍ରଶିକ୍ଷଣରେ ଭଉଣୀ ସୌମ୍ୟାଙ୍କ ଚିତ୍ରାଙ୍କନରେ ପ୍ରେରିତ ହୋଇ ଚମତ୍କାର ଚିତ୍ର ଆଙ୍କୁଛନ୍ତି ଅର୍ଘ୍ୟାସ୍ମୃତି । ଏହାସହିତ ଅର୍ଘ୍ୟାସ୍ମୃତିଙ୍କ ନୃତ୍ୟ ପ୍ରତି ରହିଛି ଅହେତୁକ ଦୁର୍ବଳତା । ସେ ଟିଭିରୁ ଦେଖି ବିଭିନ୍ନ ପ୍ରକାର ନାଚ ନାଚି ପାରୁଛନ୍ତି ।

ନୃତ୍ୟ ଓ ଚିତ୍ରକଳାରେ ଅର୍ଘ୍ୟାସ୍ମୃତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ବହୁକଳାର ଅଧିକାରିଣୀ ଅର୍ଘ୍ୟାସ୍ମୃତି ଦାସ ରାଜ୍ୟସ୍ତରୀୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅନଲାଇନ ମାଧ୍ୟମରେ ମୁମ୍ବାଇର ନେସନାଲ୍ ଏଜୁକେସନ୍ ଏବଂ ହ୍ୟୁମନ ରିସୋର୍ସ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ଦ୍ବାରା ଅଲ୍ ଇଣ୍ଡିଆ ଆତ୍ମନିର୍ଭର ଭାରତ ଆର୍ଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ଅର୍ଘ୍ୟାସ୍ମୃତି ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ବିଭାଗରୁ ରାଜ୍ୟସ୍ତରୀୟ ଟ୍ରଫି ହାସଲ କରିଛନ୍ତି ।

ଏହାକୁ ନେଇ ପରିବାରରେ ଖୁସିର ମାହୋଲ ରହିଛି । ବାଲେଶ୍ଵର ସହର ଆଜିମାବାଦରେ ରହୁଥିବା ଶରତ ଆକାଶଦୀପ ଦାସ ଓ ମୀତାରାଣୀ ଦାସଙ୍କ ଝିଅ ହେଉଛନ୍ତି ଅର୍ଘ୍ୟାସ୍ମୃତି । ବର୍ତ୍ତମାନ ସେ କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । ଓଡ଼ିଶୀ ସହ ଆଧୁନିକ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି ଅର୍ଘ୍ୟାସ୍ମୃତି । ଝିଅର ନୃତ୍ୟ ପ୍ରତି ଆଗ୍ରହ ଦେଖି ବାପା ମା ତାଙ୍କୁ ଓଡିଶୀ ଶିଖିବା ପାଇଁ ଗୁରୁଙ୍କ ପାଖକୁ ପଠାଇଥିଲେ ।

୨୦୨୦ ମସିହାରେ ଚନ୍ଦ୍ରଭାଗା ଉତ୍ସବ ଓ ରାଓ୍ବା ଦ୍ବାରା ମଡେଲିଂ, ନୃତ୍ୟରେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ଅର୍ଘ୍ୟାସ୍ମୃତି । ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟରେ ଭାଗ ନେଇ ଅନେକଥର ପୁରସ୍କାର ପାଇଛନ୍ତି । ଭବିଷ୍ୟତରେ ଜଣେ ଦକ୍ଷ ନୃତ୍ୟଶିଳ୍ପୀ ହେବାର ଲକ୍ଷ୍ୟ ରଖିଛନ୍ତି ଅର୍ଘ୍ୟାସ୍ମୃତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.