ETV Bharat / city

କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା ଆକ୍ବା କଲଚର ଟ୍ରେଡ଼ ଫେୟାର

ବାଲେଶ୍ଵରରେ ଆଇଟିଆଇ ପଡିଆରେ ରାଜ୍ୟସ୍ତରୀୟ ଆକ୍ବା କଲଚର ଟ୍ରେଡ ଫେୟାର ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ...

aa
ଉଦଘାଟିତ ହେଲା ଆକ୍ବା କଲଚର ଟ୍ରେଡ଼ ଫେୟାର
author img

By

Published : Feb 22, 2020, 2:54 PM IST

ବାଲେଶ୍ଵର: ସହରର ଆଇଟିଆଇ ପଡିଆରେ ରାଜ୍ୟସ୍ତରୀୟ ଆକ୍ବା କଲଚର ଟ୍ରେଡ ଫେୟାର ଉଦଘାଟିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି ମେଳାକୁ ଉଦଘାଟନ କରିଥିଲେ ।

ଉଦଘାଟିତ ହେଲା ଆକ୍ବା କଲଚର ଟ୍ରେଡ଼ ଫେୟାର

ଆଜିଠାରୁ 3 ଦିନ ଯାଏଁ ଏହି ମେଳା ଚାଲିବ ବୋଲି ସୂଚନା ମିଳିଛି । ଚିଙ୍ଗୁଡି ଚାଷକୁ ବୃଦ୍ଧି କରିବାର ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଏହି ମେଳାରେ ଚାଷୀଙ୍କୁ ବିଭିନ୍ନ ଉପାୟରେ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ମେଳାରେ ସମୁଦାୟ 114ଟି ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ଚିଙ୍ଗୁଡି ଚାଷ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ସରଞ୍ଜାମ ଠାରୁ ଆରମ୍ଭ କରି ଚାଷରେ ପ୍ରୟୋଗ ହେଉଥିବା ସାର ଆଦି ପ୍ରଦର୍ଶିତ ହୋଇଛି ।

ସରକାରୀ ସ୍ତରରେ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଆଜିର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଆକ୍ବା କଲଚର ଟ୍ରେଡ ଫେୟାର ଅଧ୍ୟକ୍ଷ ପ୍ରଭାରଞ୍ଜନ ପଟ୍ଟନାୟକ, ରାଜ୍ୟ ସଭାପତି କମଲେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.