ETV Bharat / city

ବାଲେଶ୍ବରର ବହୁମୁଖୀ ପ୍ରତିଭା ଅନ୍ବେଷଣ, ତବଲା ବାଦନ ସହ ଚିତ୍ର ଆଙ୍କି ମୋହୁଛନ୍ତି ମନ

author img

By

Published : Jul 17, 2022, 10:21 PM IST

ସୁନ୍ଦର ଚିତ୍ରାଙ୍କନ ସହ ସୁମଧୁର ତବଲା ବଜାଇ ଚର୍ଚ୍ଚାରେ ବାଲେଶ୍ବରର ଅନ୍ବେଷଣ ନାୟକ । ପିଲାଟି ଦିନରୁ ହିଁ ତବଲା ପ୍ରତି ତାଙ୍କର ସୃଷ୍ଟି ହୋଇଥିଲା । ଅଧିକ ପଢ଼ନ୍ତୁ

ବାଲେଶ୍ବରର ବହୁମୁଖୀ ପ୍ରତିଭା ଅନ୍ବେଷଣ, ତବଲା ବାଦନ ସହ ଚିତ୍ର ଆଙ୍କି ମୋହୁଛନ୍ତି ମନ
ବାଲେଶ୍ବରର ବହୁମୁଖୀ ପ୍ରତିଭା ଅନ୍ବେଷଣ, ତବଲା ବାଦନ ସହ ଚିତ୍ର ଆଙ୍କି ମୋହୁଛନ୍ତି ମନ

ବାଲେଶ୍ବର: ସମୟ ଅପଚୟ କରିବା ସେ ଶିଖି ନାହାନ୍ତି । କେବେ ତାଙ୍କୁ ଖାଲି ବସିବା ଦେଖିବାକୁ ମିଳିବନି । କେତେବେଳେ ସେ ତବଲା ବଜାଉଥିବା ଦେଖିବାକୁ ମିଳେ ତ ପୁଣି କେତେବେଳେ ସେ ଚିତ୍ରାଙ୍କନ କରି ସମୟ ଅତିବାହିତ କରନ୍ତି । ପିଲାଟି ଦିନରୁ ତବଲା ପ୍ରତି ତାଙ୍କ ଆଗ୍ରହ ପରିପ୍ରକାଶ ପାଇଥିଲା । ଏଥିପାଇଁ ସେ ବିଭିନ୍ନ ସ୍ତରେ ପୁରସ୍କୃତ ହୋଇ ପରିବାର ପାଇଁ ଗୌରବ ଆଣି ଦେଇଛନ୍ତି । ସେ ହେଉଛନ୍ତି ବାଲେଶ୍ବର କୁରୁଡ଼ା ଅଞ୍ଚଳର ଗୌରୀଶଙ୍କର ନାୟକ ଓ ରେଖାରାଣୀ ନାୟକଙ୍କ ସପୁତ୍ର ଅନ୍ବେଷଣ ନାୟକ ।

ସ୍ଥାନୀୟ ମଡର୍ଣ୍ଣ ପବ୍ଲକ୍‌ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି ଅନ୍ବେଷଣ । ଶିଶୁ ଦିବସ ଅବସରରେ ସ୍କୁଲ୍‌ରେ ତବଲା ବଜାଇବା ପରେ ତାଙ୍କ ପ୍ରତିଭା ପଦାକୁ ଆସିଥିଲା । ଏଥିପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇପାରିଥିରେ । ଏହାପରେ ଧୀରେଧୀରେ ତବଲା ବାଦନ ପ୍ରତି ତାଙ୍କ ଆଗ୍ରହ ବଢ଼ିବାରେ ଲାଗିଥିଲା । ଅନ୍ବେଷଣଙ୍କ ଏହି ଆଗ୍ରହକୁ ଦେଖି ପରିବାର ଲୋକେ ତାଙ୍କୁ ତବଲା ପ୍ରଶିକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ନିଜ ଭିତରେ ଥିବା କଳାକୁ ଆହୁରି ନିଖୁଣ କରିବା ପାଇଁ ସବୁବେଳେ ଅଭ୍ୟାସରେ ନିମଗ୍ନ ରହୁଛନ୍ତି ଅନ୍ବେଷଣ ।

୬ ବର୍ଷ ହେବ ଫକୀରମୋହନ ଆର୍ଟିଷ୍ଟିକ କ୍ରାଫ୍ଟ୍ ଆଣ୍ଡ ମ୍ୟୁଜିକ ସ୍କୁଲରେ ଚିତ୍ର ଓ ତବଲା ବାଦନ ପ୍ରଶିକ୍ଷଣ ନେଉଛନ୍ତି ଅନ୍ବେଷଣ । ଉଭୟ ତବଲା ବାଦନ ଓ ଚିତ୍ରକଳା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି । ଭୁବନେଶ୍ବର ଭଞ୍ଜକଳା ମଣ୍ଡପ ସହ LIC ଆନ୍ତଃରାଜ୍ୟ ପ୍ରତିଯୋଗିତା, ଇଣ୍ଡିଆନ୍ ଓଏଲ୍ ଓଡ଼ିଶା ଅଲ୍ ଓଡ଼ିଶା ଚାଇଲଡ୍ ପ୍ରତିଯୋଗିତା, ଇନଟାକ୍ ବାଲେଶ୍ଵର ଚାପ୍ଟର ପକ୍ଷରୁ ଚିତ୍ରାଙ୍କନ ଓ ତବଲା ବାଦନରେ କୃତକାର୍ଯ୍ୟ ହୋଇ ପୁରସ୍କାର ଓ ପ୍ରମାଣପତ୍ର ହାସଲ କରିଛନ୍ତି । ପେନ୍‌ସିଲ୍‌ ଆର୍ଟ ସହ ତୂଳୀ ବ୍ୟବହାର କରି ଖୁବ୍‌ ସମୟ ମଧ୍ୟରେ ସୁନ୍ଦରସୁନ୍ଦର ଚିତ୍ର ଆଙ୍କି ପାରନ୍ତି ଅନ୍ବେଷଣ ।

ତବଲା ବାଦନ ଓ ଚିତ୍ରାଙ୍କନ ଛଡ଼ା ଅନ୍ବେଷଣ ଜଣେ ଭଲ ଛାତ୍ର । ସେ ସ୍କୁଲ୍‌ରେ ଭଲ ମାର୍କ ରଖି ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରିୟପାତ୍ର ହୋଇଛନ୍ତି । ଭବିଷ୍ୟତରେ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅନ୍ବେଷଣ । ଏଭଳି ଏକ ଉଚ୍ଚକୋଟିର ଲକ୍ଷ୍ୟ ସହ ନିଜ ଭିତରେ ଥିବା କଳାକୁ ସେ ଆହୁରି ବିକଶିତ କରିବେ ବୋଲି କହିଛନ୍ତି । ଅନ୍ବେଷଣଙ୍କ ସୁନ୍ଦର ଭବିଷ୍ୟତ ପାଇଁ ତାଙ୍କୁ ତାଙ୍କ ମାଆ ମାର୍ଗ ଦର୍ଶନ କରାଉଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.