ବାଲେଶ୍ଵର: ସମୁଦ୍ର କୂଳରେ ଅଜଣା ଯୁବକ ପାରା ଉଡାଇବା ନେଇ ଗାଁ ଲୋକ ରଖିଲେ ଅଟକ । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଅଟାସପୁର ଆଡିଆଗ୍ରାମ ସମୁଦ୍ର କୂଳରେ ଦୁଇ ଜଣ ଅଜଣା ଯୁବକ ପାରା ଗୋଡ଼ରେ କିଛି ବାନ୍ଧି ଉଡାଉଥିବା ବେଳେ ଗ୍ରାମବାସୀ ଏହାକୁ ଦେଖି ଦୁଇଜଣଙ୍କୁ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି।
ଦୁଇ ଜଣ ଅଜଣା ଯୁବକ ସମୁଦ୍ର କୁଳକୁ ଆସି ପାରା ଗୋଡରେ କିଛି ବାନ୍ଧି ଉଡ଼ାଉ ଥିଲେ। ଏହି ଯୁବକ ବହୁ ମାତ୍ରା ରେ ପାଖ ପାଖି ୨୦୦ ରୁ ଊର୍ଦ୍ଧ୍ଵ ପାରାଙ୍କ ଗୋଡ଼ ରେ କିଛି ବାନ୍ଧି ଉଡାଉଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ଯୁବକ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ। ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କ କଥା କିଛି ବୁଝି ପାରି ହେଉନଥିବାବେଳେ ସେମାନଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଅନୁମାନ କରାଯାଉଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ