ETV Bharat / city

ଅପରିଷ୍କାର ବେଳାଭୂମି, ଭୁଲିଗଲେ କି ସଫେଇ ?

author img

By

Published : Oct 9, 2021, 7:59 PM IST

Updated : Oct 9, 2021, 8:40 PM IST

ଦିନକୁ ଦିନ ସମସ୍ୟା ଦେଇ ଗତି କରୁଛି ବାଲେଶ୍ବର ଚାନ୍ଦିପୁର ବେଳାଭୂମି । ବାତ୍ୟା ୟସ' ପ୍ରଭାବରେ କଂକ୍ରିଟର ପାହାଚ ସମେତ ବହୁ କୀର୍ତ୍ତୀରାଜି ଭାଙ୍ଗି ପଡିଛି । ତେବେ ଖୁବଶୀଘ୍ର ସଫେଇ ଏବଂ ପୁନରୁଦ୍ଧାର ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଅପରିଷ୍କାର ବେଳାଭୂମି, ଭୁଲିଗଲେ କି ସଫେଇ ?
ଅପରିଷ୍କାର ବେଳାଭୂମି, ଭୁଲିଗଲେ କି ସଫେଇ ?

ବାଲେଶ୍ବର: ବାତ୍ୟା ୟସ' ପରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଚାନ୍ଦିପୁର ବେଳାଭୂମି । ତେବେ ବାତ୍ୟା ଯୋଗୁଁ ଚାନ୍ଦିପୁର ଓ ତାଳସାରୀ ବେଳାଭୂମିରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ତେବେ ସେହି ବାତ୍ୟା ସମୟରେ ସମୁଦ୍ର ଜୁଆର ମାଡ଼ିଆସିବା ଯୋଗୁଁ ବେଳାଭୂମି ପରିବେଶ ଏକପ୍ରକାର ଅସଜଡ଼ା ଅବସ୍ଥାରେ ରହିଛି ।

ବିଶେଷକରି ଚାନ୍ଦିପୁର ବେଳାଭୁମିରେ କଂକ୍ରିଟର ପାହାଚ ଗୁଡିକ ଭାଙ୍ଗିଯାଇଥିବା ବେଳେ ପାଚେରୀ ମଧ୍ୟ ଗଳି ପଡ଼ିଥିଲା । ସେବେଠାରୁ ବେଳାଭୂମି ପରିବେଶ ଏକପ୍ରକାର ଅପରିଷ୍କାର ଅବସ୍ଥାରେ ପଡ଼ିରହିଛି । ଯାହାଦ୍ବାରା କି ବେଳାଭୂମି ଦିନକୁ ଦିନ ନିଜର ଆକର୍ଷଣ ହରାଇବାରେ ଲାଗିଛି।

ସେପଟେ ବନ୍ଦ ରହିଥିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆସନ୍ତା ୧୦ରୁ ଆରମ୍ଭ ହେବ । ଯେଉଁଥିରେ ଭୁବନେଶ୍ବରର ‘ୟୁ ଟେକ୍ ସର୍ଭିସ୍’ ପକ୍ଷରୁ ପ୍ରତ୍ୟେକ ଦିନ ସଫେଇ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ମିଳିଛି ।

ତେବେ ତାଳସାରୀ-ଉଦୟପୁର ବେଳାଭୂମି ପାଇଁ ୮ ଜଣ ଏବଂ ଚାନ୍ଦିପୁର ବେଳାଭୂମି ପାଇଁ ୧୦ ଜଣ କର୍ମଚାରୀ ସଫେଇ କାମରେ ନିୟୋଜିତ ହେବେ । ଆଉ ଏଥିସହିତ ଉକ୍ତ କାମର ତଦାରଖ ପାଇଁ ସୁପରଭାଇଜିଂ କମିଟି ଗଠିତ ହୋଇଛି । ଯେଉଁଥିରେ ସ୍ଥାନୀୟ ତହସିଲଦାର, ସରପଞ୍ଚ, ଓଟିଡିସି ମ୍ୟାନେଜର ଏବଂ ପର୍ଯ୍ୟଟନ ଅଧିକାରୀ ରହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 9, 2021, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.