ETV Bharat / city

ଏ ସ୍ନେହ ଅବର୍ଣ୍ଣନୀୟ, ବ୍ୟସ୍ତ ଜୀବନରେ ମମତାର ନିଦର୍ଶନ

ବାଲେଶ୍ବରରେ ଭିକ୍ଷୁକ ବୃଦ୍ଧଙ୍କ କୁନି ବାଳକ ପ୍ରତି ଭଲପାଇବା ଅଟକାଇ ଦେଇଥିଲା ପଥଚାରୀଙ୍କୁ । ଦୁଇଜଣଙ୍କୁ ଦେଖିଲେ ଲାଗୁଥିଲା ସେମାନଙ୍କ ଭିତରେ କିଛି ରକ୍ତ ସମ୍ପର୍କ ରହିଛି। ଅଧିକ ପଢନ୍ତୁ...

ଏ ସ୍ନେହ ଅବର୍ଣ୍ଣନୀୟ, ବ୍ୟସ୍ତ ଜୀବନରେ ମମତାର ନିଦର୍ଶନ
ଏ ସ୍ନେହ ଅବର୍ଣ୍ଣନୀୟ, ବ୍ୟସ୍ତ ଜୀବନରେ ମମତାର ନିଦର୍ଶନ
author img

By

Published : Aug 21, 2021, 7:08 PM IST

ବାଲେଶ୍ବର: ସହରର ଷ୍ଟେସନ ଛକରେ ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକି କିଛି କ୍ଷଣ ପାଇଁ ପଥଚାରୀଙ୍କୁ ଅଟକାଇ ଦେଉଥିଲା । ଜଣେ ଭିକ୍ଷୁକ ବୟସ୍କ ବ୍ୟକ୍ତି ଓ କୁନି ବାଳକ ମଧ୍ୟରେ ଥିବା ପ୍ରେମ କିଛି ଅଲଗା ଥିଲା । ଯାହାକି ଅନେକ ପଥଚାରୀଙ୍କ ମନ କିଣିଥିଲା ।

ଏ ସ୍ନେହ ଅବର୍ଣ୍ଣନୀୟ, ବ୍ୟସ୍ତ ଜୀବନରେ ମମତାର ନିଦର୍ଶନ

ଷ୍ଟେସନ ଛକ ଡିଭାଇଡରରେ ରାତି ହେଲେ ଅନେକ ଭିକାରୀଙ୍କ ଏହା ଶୋଇବା ସ୍ଥାନ ପାଲଟି ଯାଇଥାଏ। ଦିନରେ ଯାହା ଦି ପଇସା ମାଗିଯାଚି ମିଳେ, ସେଇଥିରେ ସେମାନେ ଭୋକ ମେଣ୍ଟାନ୍ତି । ଏମିତି ଦୁରାଵସ୍ଥା ମଧ୍ୟରେ ସେମାନେ ପରସ୍ପର ପ୍ରତି ସ୍ନେହ ଆଦାନ ପ୍ରଦାନରେ କୁଣ୍ଠାବୋଧ ପ୍ରକାଶ କରୁନାହାନ୍ତି । ଯାହାକି ଆଜି ଏହି ବୟସ୍କ ବ୍ୟକ୍ତି ଓ କୁନି ବାଳକ ପ୍ରମାଣ କରିଛନ୍ତି ।

ବୟସ୍କ ଦୃଷ୍ଟି ବାଧିତ ବ୍ୟକ୍ତି ଅନ୍ୟ ଏକ କୁନି ବାଳକକୁ କୋଳରେ ବସାଇ ତା' ପ୍ରତି ଥିବା ଅନାବିଳ ସ୍ନେହ ମମତା ଢାଳି ଦେଉଥିଲେ । ଦୁଇଜଣଙ୍କୁ ଦେଖିଲେ ଲାଗୁଥିଲା ସେମାନଙ୍କ ଭିତରେ କିଛି ରକ୍ତ ସମ୍ପର୍କ ରହିଛି । ଏ ବ୍ୟସ୍ତତା ଜୀବନ ଭିତରେ ଉଭୟଙ୍କ ଏମିତି ଭଲ ପାଇବା ସତରେ ହୃଦୟ କିଣି ନେଉଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.