ETV Bharat / city

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ବିରୋଧ, ଜାଳିଲେ ତାଙ୍କ କୁଶପୁତ୍ତଳିକା - acha organization activities

ବାଲେଶ୍ବରରେ ଅଧିକ ସଂଖ୍ୟକ ଯୌନକର୍ମୀ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ଗତ ଫେବୃଆରୀ ମାସ ବିଧାନସଭାରେ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ । ଯାହାକୁ ବିରୋଧ କରି ଜିଲ୍ଲାର ବିଭିନ୍ନ ସଂଗଠନ ଜାଳିଲେ ତାଙ୍କ କୁଶପୁତ୍ତଳିକା ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଆଚ୍ଛା ସଙ୍ଗଠନ

author img

By

Published : Mar 2, 2020, 9:43 PM IST

ବାଲେଶ୍ବର: ଜିଲ୍ଲାର ଫାଣ୍ଡିଛକଠାରେ ଆଚ୍ଛା ସଙ୍ଗଠନ ଓ ଜନନୀ ପରିବାର ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଦେଇଥିବା ବୟାନ ବିରୋଧରେ କୁଶପୁତ୍ତଳିକା ଦାହ କରାଯାଇଥିବା ଜଣାପଡିଛି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଆଚ୍ଛା ସଙ୍ଗଠନ

ବାଲେଶ୍ବରରେ ଅଧିକ ସଂଖ୍ୟକ ଯୌନକର୍ମୀ ଥିବା କଥା ମନ୍ତ୍ରୀ ଗତ ଫେବୃଆରୀ ମାସ ବିଧାନସଭାରେ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ । ଯାହାକୁ ନେଇ ଗତ 24 ତାରିଖରେ ଆଚ୍ଛା ସଙ୍ଗଠନ ପକ୍ଷରୁ ଏହାର ସତ୍ୟାସତ୍ୟ ଉଲ୍ଲେଖ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ଜଣାଯାଇଥିଲା।

ଏହି ଦାବିର କୌଣସି ଉତ୍ତର ନଆସିବାରୁ ସଙ୍ଗଠନ ପକ୍ଷରୁ ମନ୍ତ୍ରୀ ନବ ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ମନ୍ତ୍ରୀ ନବ ଦାସଙ୍କ ବହିଷ୍କାର ସହ ସେ ବାଲେଶ୍ଵରବାସୀଙ୍କୁ କ୍ଷମା ମାଗିବା ପାଇଁ ଦାବି ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କୁହାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.