ETV Bharat / city

ଦାୟିତ୍ୱ ବାଣ୍ଟିଲା ଏବିଭିପି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକରେ ୧୦ ଜଣଙ୍କୁ ଦାୟିତ୍ବ ମିଳିଛି । ଗୋବିନ୍ଦ ନାୟକଙ୍କୁ ପରିସରର ସର୍ବଭାରତୀୟ ଜନଜାତି ଛାତ୍ର ପ୍ରମୁଖ, ପୂର୍ବକ୍ଷେତ୍ରର ନେତ୍ରୀ ସ୍ମୃତିସୁଧା ସାହୁଙ୍କୁ କେନ୍ଦ୍ରିୟ କାର୍ଯ୍ୟ ସମିତି ସଦସ୍ୟା, ଓଡ଼ିଶାର ପ୍ରାନ୍ତ ସଂଗଠନ ସମ୍ପାଦକ ଭାବେ ଅଭିନାଷ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଛି ।

ଦାୟିତ୍ୱ ବାଣ୍ଟିଲା ଏବିଭିପି
ଦାୟିତ୍ୱ ବାଣ୍ଟିଲା ଏବିଭିପି
author img

By

Published : Jan 15, 2021, 12:21 PM IST

ବାଲେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକରେ ଦେଶର ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ମୋଟ ୪ଟି ପ୍ରସ୍ତାବ ପାରିତ ହୋଇଥିଲା । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଭଳି ପଦକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ ଏହା ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି ହୋଇଛି ।

ଏହି ଅବସରରେ ୧୦ ଜଣଙ୍କୁ ଦାୟିତ୍ବ ମିଳିଛି । ଗୋବିନ୍ଦ ନାୟକଙ୍କୁ ପରିସରର ସର୍ବଭାରତୀୟ ଜନଜାତି ଛାତ୍ର ପ୍ରମୁଖ, ପୂର୍ବକ୍ଷେତ୍ରର ନେତ୍ରୀ ସ୍ମୃତିସୁଧା ସାହୁଙ୍କୁ କେନ୍ଦ୍ରିୟ କାର୍ଯ୍ୟ ସମିତି ସଦସ୍ୟା, ଓଡ଼ିଶାର ପ୍ରାନ୍ତ ସଂଗଠନ ସମ୍ପାଦକ ଭାବେ ଅଭିନାଶ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି।

ବାଲେଶ୍ବର ଆଇନ ମହାବିଦ୍ୟାଳୟର ଛାତ୍ରନେତା ସୌଭାଗ୍ୟ ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରନେତା ସଂଜୟ ମଲ୍ଲିକ,ଆଇନ ମହାବିଦ୍ୟାଳୟର ଛାତ୍ରୀନେତ୍ରୀ କବିତା କଅଁର, ରାଉରକେଲା ନିଟର ଛାତ୍ରନେତା ବିକାଶ ନାୟକ, ଗଙ୍ଗାଧାର ମେହେର ବିଶ୍ବବିଦ୍ୟାଳୟର ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା, ଏସସିବି ମେଡିକାଲର ଡାକ୍ତର ଜ୍ୟେର୍ତିମୟ ନାୟକଙ୍କୁ ଦାୟିତ୍ବ ମିଳିଛି। ପଟିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ରାଉତଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସ୍ଥାୟୀ ସଦସ୍ୟ ଦାୟିତ୍ବ ମିଳିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.